ନିମଖଣ୍ଡି ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ନେଲେ ଯୁବ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା

0
491

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ପ୍ରଥମ ଥର ପାଇଁ ଜଣେ ଯୁବ ଏସ୍ଆଇଙ୍କୁ ବ୍ରହ୍ମପୁର ସଦର ଥାନା ଅଧିନସ୍ଥ ନିମଖଣ୍ଡି ଫାଣ୍ଡି ଅଧିକାରୀ ଭାବେ ଦାଇତ୍ୱ ମିଳିଛି।ଉକ୍ତ ଏସ୍ଆଇ ଜଣକ ହେଲେ ସଦର ଥାନାରେ କାର୍ଯ୍ୟରତ ଥିବା ଜ୍ୟୋତିରଞ୍ଜନ ବେହେରା।ତେବେ ଦୀର୍ଘ ଦିନ ଧରି ଖାଲି ପଡିଥିବା ଫାଣ୍ଡି ଅଧିକାରୀଙ୍କ ଦାଇତ୍ୱକୁ ସଦର ଥାନାର କିଛି ପୋଲିସ ଅଧିକାରୀ କାମଚଳା ଭାବେ ଦାଇତ୍ୱ ତୁଲାଇ ଆସୁଥିଲେ।ତେବେ ଏହାର ଫାଇଦା ଉଠାଇ ଦୁର୍ବୁତ୍ତ ମାନଙ୍କ ଦ୍ଵାରା ଚୋରି, ଡକାୟତି ଓ ହତ୍ୟା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା। ଏହାକୁ ରୋକିବା ପାଇଁ ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କ ଆବଶ୍ୟକତା ରହିଥିଲା।ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜ୍ୟୋତିରଞ୍ଜନ ବେହେରାଙ୍କୁ ନିମଖଣ୍ଡି ଫାଣ୍ଡିକୁ ବଦଳି ହୋଇଥିଲା ।ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ବେହେରା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।ନୂତନ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେବା ପରିପ୍ରେକ୍ଷୀରେ ଶ୍ରୀ ବେହେରା କହିଛନ୍ତି ଯେ,ନିମଖଣ୍ଡି ଫାଣ୍ଡି ଅଞ୍ଚଳରେ ଦୈନନ୍ଦିନ ବୃଦ୍ଧି ପାଉଥିବା ରାତିଅଧିଆ ଚୋରି ଘଟଣା ହେଉ କିମ୍ବା ଅପରାଧିକ କାର୍ଯ୍ୟକଳାପ ହେଉ ଏହାକୁ ରୋକିବା ପାଇଁ ସର୍ବପ୍ରଥମେ ଚେଷ୍ଟା କରିବି ବୋଲି କହିଛନ୍ତି।ତତସଙ୍ଗେ ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ଦ୍ୱାରା ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି।ଫଳରେ ସରକାରଙ୍କ ନିର୍ଦ୍ଦେଶକୁ ଯେଉଁ ବ୍ୟକ୍ତି ଅବମାନନା କରିବେ ସେହି ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ନିୟମକୁ ମାନିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।ଏବଂ ସ୍ଥାନୀୟ ଅଞ୍ଚଳବାସୀ ପୋଲିସ ଉପରେ ଆସ୍ଥା ରଖିବା ସହ ଅପରାଧୀଙ୍କର ଦମନ ପାଇଁ ପୋଲିସକୁ ସହଯୋଗ କରନ୍ତୁ। ଯେଉଁଠାରେ ବି କିଛି ଅଘଟଣ ଘଟେ ତେବେ ସଙ୍ଗେ ସଙ୍ଗେ ପୋଲିସର ସହାୟତା ନେବା ପାଇଁ ପାଇଁ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here