ଗଜପତି ମହାରାଜଙ୍କ ଜନ୍ମ ଜୟନ୍ତୀ ପାଳନ ସହ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାବୀ

0
291

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ ର ମୂଳ ପୁରୋଧା ତଥା ସ୍ୱାଧୀନ ଓଡିଶା ର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୧୩୦ତମ ଜନ୍ମ ଜୟନ୍ତୀ କୁ ଗଜପତି ଜ଼ିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଙ୍ଘ ପକ୍ଷରୁ କୋଭିଡ କଟକଣା ମଧ୍ୟ୍ୟରେ ସୋମବାର ପାଳନ କରାଯାଇଛି,ଏଥି ଉପଲକ୍ଷେ ସ୍ଥାନୀୟ ବଜାର ଛକ ଠାରେ ଥିବା ମହାରାଜା ଙ୍କ ପ୍ରତିମୂର୍ତ୍ତି ଠାରେ ଯୁବକ ସଙ୍ଘ ପକ୍ଷରୁ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ମୁଖ୍ୟ ଅତିଥି ଭାବେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରିବା ସହ ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ପରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତଥା ମୋହନା ରତ୍ନ ମଧୁସୂଦନ ପାଢ଼ୀ ଯୋଗଦେଇ ଓଡିଶା ପ୍ରଦେଶ ଗଠନ ରେ ମହାରାଜା ଅବଦାନ ଏବଂ ପରାକ୍ରମ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ଯୁବକ ସଙ୍ଘ ର ସଦସ୍ୟମାନେ ପରିଚାଳନା କରିଥିବା ବେଳେ, ସଙ୍ଘ ସଭାପତି ଅଜିତ ପାତ୍ର, ଉପସଭାପତି ସନ୍ତୋଷ ପାତ୍ର ସହସମ୍ପାଦକ ଆଶିଷ ବେହେର୍ଦ୍ଦଳାଇ, ସହପ୍ରକଳ୍ପ ନେତା ବାଳକୃଷ୍ଣ ମାଝୀ, ପୂର୍ବତନ ସଭାପତି ମନ୍ମଥ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ, ଶେଷରେ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ମହାରାଜା ଙ୍କ ଜୟନ୍ତୀ ଉପଲକ୍ଷେ
ଆଗାମୀ ଦିନ ରେ ମୋହନା କଲେଜ ଛକ ଠାରେ ମହାରାଜା ଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଜ଼ିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇଛି, ଦସ୍ତଖତ ଅଭିଯାନ ଶେଷ ହେବାପରେ ଉକ୍ତ ପତ୍ରଟିକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗଜପତି ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବ l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here