୫୦ ବସ୍ତା ଚୋରା ମହୁଲ ଫୁଲ ଜବତ, ଜଣେ ଗିରଫ

0
297

ପାରଳାଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ନିକଟରେ ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ ଦ୍ୱାରା ୫୦ ବସ୍ତା ମହୁଲ ଚୋରା ଚାଲାଣ ହେଉଥିବା ବେଳେ ବିଭାଗୀୟ ଦ୍ରଷ୍ଟିରେ ଧରାପଡିଥିବା ସୂଚନା ମିଳିଛି । ଏହି ଅବସରରେ ଗଜପତି ଜିଲ୍ଲା ଗୁମ୍ମା ଗ୍ରାମ ନିକଟରେ ଏକ ମ୍ୟାକ୍ସ ପିକଅପ୍ ଗାଡି, ଯାହାର ଗାଡି ନଂ ଓଡି୨୦୧୪୮୦ ଯୋଗେ ମହୁଲ ଫୁଲ ଚୋରା ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉବେଳେ ଉକ୍ତ ଗାଡିରୁ ୫୦ବସ୍ତା ତଥା ମୋଟ ୧୬ କେଜି ମହୁଲ ଫୁଳ ଦେଖିବାକୁ ପାଇଥିଲେ । ଏହାପରେ ଉକ୍ତ ଗାଡି ସମେତ ମହୁଲ ଫୁଲକୁ ଜବତ କରି ଘଟଣାରେ ସମ୍ପୃକ୍ତ ଗିଡାନ ଶବରଙ୍କୁ ଗିରଫ କରି ଥିବାର ଜଣାପଡିଛି । ଏହି ଚଢାଉରେ ଅବକାରୀ ଭ୍ରାମ୍ୟମାଣ ଟିମ୍‌ର ଏସ୍‌ଆଇ ବୃନ୍ଦାବନ ମଣ୍ଡଳ, ଏଏସ୍‌ଆଇ କିଶୋର ଚନ୍ଦ୍ର ରଥ, ମୋଜି ଶବର, ଅଗ୍ରିବ ଗମାଙ୍ଗ ପ୍ରମୁଖ ଉପସ୍ଥିତଥିଲେ । ଏନେଇ ପିଆର୍ ୨୦/୨୧ରେ ଅବକାରୀ ମାମଲା ରୁଜୁ କରାଯାଇଥିବାର ବିଭାଗୀୟ ପକ୍ଷରୁ ସୂଚନା ମିଳିଛି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here