ଜ୍ୱାଇଁ ମାଡ଼ରେ ଶାଶୁ ମୃତ

0
712

ବେଗୁନିଆପଡା:ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଛଚିନା ପଂଚାୟତର ମାଗୁରାଣୀ ଚ।ଞ୍ଚର। ଗ୍ରାମରେ ଜ୍ୱାଇଁ ନିଜ ଶାଶୁକୁ ବାଡେଇ ମାରିଦେବ। ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜାନକୀ ପାତ୍ରଙ୍କ ଝିଅ ଲକ୍ଷ୍ମୀଙ୍କୁ ଉକ୍ତ ଗ୍ରାମର ମୁରଲୀ ପାତ୍ର ବହୁତ ବର୍ଷ ଆଗରୁ ବିବାହ କରିଥିଲେ।ଗତ କାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ମୁରଲୀ ସହ ଲକ୍ଷ୍ମୀଙ୍କ କଥା କଟ।କଟି ହେବା ସହ ପତ୍ନୀ ଲକ୍ଷ୍ମୀଙ୍କୁ ମୁରଲୀ ମାଡ଼ ମାରିବା ସହ ଶାଶୁ ଜାନକୀ(୪୫) ସବୁ କାଣ୍ଡ କରୁଛନ୍ତି ବୋଲି ସନ୍ଦେହ କରି ଶାଶୁଙ୍କ ଘରେ ପଶି ମୁରଲୀ କବାଟ ବନ୍ଦ କରି ଶାଶୁ ଜ।ନକୀଙ୍କୁ ନିର୍ଘାତ ମାଡ ମାରି ମୁମୂର୍ଷୁ ଅବସ୍ଥାରେ ଛାଡି ଜ୍ୱାଇଁ କେଉଁଆଡ଼େ ଫେରାର ହୋଇଯାଇଥିଲେ। ପରେ ଗୁରୁତର ଆହତ ଜ।ନକୀଙ୍କୁ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ଏମ କେ ସି ଜି କୁ ନିଆଯିବା ପରେ ବିଳମ୍ବିତ ରାତିରେ ଜନକୀଙ୍କର ମୃତ୍ୟୁ ଘଟିଛି। ସେଠାରେ ପୋଲିସ ଶବକୁ ଜବତ କରି ବ୍ୟବଛେଦ କରିବା ସହ ଜନକୀଙ୍କ ସ୍ୱାମୀ ସୁବାସ ପାତ୍ର ବେଗୁନିଆପଡା ଫାଣ୍ଡିରେ ଏକ ଏତଲା ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଁଚିବାସହ ତଦନ୍ତ ଜାରି ରଖିଛି।ଆସାମୀ ମୁରଲୀ ଫେରାର ଅଛି।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here