ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍

0
427

ଡାବୁଗାଁ ( ନ୍ୟୁଜ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବସଷ୍ଟାଣ୍ଡ ଛକ ଠାରେ ଏକ କାଜୁ ଚୋପା ବୋଝଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ପାପଡ଼ାହାଣ୍ଡି ବ୍ଲକ୍ ସିନ୍ଧିଗୁଡ଼ା ଗ୍ରାମରୁ ଏକ ଟ୍ରକ୍ ( ଓଆର ୧୦ଜି – ୬୧୧୮ ) କାଜୁ ଚୋପା ଧରି ବୋରିଗୁମ୍ମା ଅଭିମୁଖେ ଯାଉଥିଲା । ଏହି ସମୟରେ ପାପଡ଼ାହାଣ୍ଡି ବସଷ୍ଟାଣ୍ଡ ଛକ ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସେଠାରେ ଥିବା ଏକ ସ୍କୁଟି ଟ୍ରକ୍ ତଳେ ଚାପି ହୋଇଯିବାରୁ ସ୍କୁଟି ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଛି । ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଓ ହେଲପର ଅଳ୍ପକେ ଭର୍ତ୍ତି ଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here