ସପ୍ତାହାନ୍ତ ସଟ୍ଡ଼ାଉନ ଦ୍ଵିତୀୟ ଦିନରେ ମଧ୍ୟ ସମ୍ପୂର୍ଣ୍ଣ ଜନସହଯୋଗ

0
242

ବୁଗୁଡା(ନ୍ୟୁଜଏକ୍ସଟ୍ରା) କରୋନା ସଂକ୍ରମଣର ଦ୍ଵିତୀୟ ସୁନାମୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପ୍ରଥମ ସପ୍ତାହାନ୍ତ ସଟ୍ଡ଼ାଉନ ର ଦ୍ଵିତୀୟ ଦିନ ଏପ୍ରିଲ ୨୫ ତାରିଖରେ ମଧ୍ୟ ବୁଗୁଡା ସହରରେ ସମ୍ପୂର୍ଣ୍ଣ ଜନସହଯୋଗ ମିଳିଥିବା ଦେଖିବାକୁ ମିଳିଛି। ରବିବାର ସକାଳୁ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ନେତୃତ୍ୱରେ ଏନଏସି କର୍ମଚାରୀ ବୃନ୍ଦ ବୁଗୁଡା ସହରର ବିଭିନ୍ନ ସ୍ଥାନରେ ରହି ନିରୀକ୍ଷଣ କରୁଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଅତି ଜରୁରୀ ଆବଶ୍ୟକ ପାଇଁ ଯାଞ୍ଚ ପରେ ଅନୁମତି ଦିଆଯାଉଥିଲା। ଦ୍ଵିତୀୟ ଦିନ ସଫଳ ସଟ୍ଡ଼ାଉନ ଯୋଗୁଁ ଜନସାଧାରଣ କରୋନା ସଂକ୍ରମଣ ପାଇଁ ସଚେତନତା ଥିବା ଅନୁମାନ କରାଯାଉଛି। ସଟ୍ଡ଼ାଉନ ସଫଳ ହୋଇଥିବା ବେଳେ କରୋନା କଟକଣା ନୀୟମକୁ ମଧ୍ୟ ଜନସାଧାରଣ ସମ୍ମାନ ଜଣାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଓ ବାରମ୍ବାର ସାବୁନ ଦ୍ୱାରା ହାତ ସଫା କରିବା ଏବଂ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ପଞ୍ଚସୁତ୍ରୀ ନିୟମକୁ ପାଳନ କରିବା ଦ୍ୱାରା ଆମେ କରୋନା ସଂକ୍ରମଣରୁ ରକ୍ଷା ପାଇ ପାରିବା। ଏଥିସହ ଗ୍ରାମାଞ୍ଚଳରେ ମଧ୍ୟ କରୋନା ସଚେତନତା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here