ଶିଖରଚଣ୍ଡୀରେ ସମୂହ ଦୀପଦାନ

0
195

ଭୁବନେଶ୍ୱର : ସର୍ବ ପୁରାତନ ପୀଠ ମା’ ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଘୋଷଣା କରିବା ପରେ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।

ଏ ନେଇ ବୁଧବାର ସନ୍ଧ୍ୟାରେ ମା’ଙ୍କ
ପୀଠର ପାଦଦେଶରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କୃତଜ୍ଞତାଜଣାଇବାସହିତ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା
କରି ୧୦୦୧ ଦୀପ ଦାନ କରାଯାଇଛି।

ମନ୍ଦିର ପରିଚାଳନା କମିଟି ସହଯୋଗ ଓ ୧ ନଂ ୱାର୍ଡ
କର୍ପୋରେଟର ମିହିର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଉତ୍ତର ବିଧାୟକ
ଶ୍ରୀ ରାଉତ, ସମ୍ମାନିତ ଅତିଥ୍ ମେୟର ସୁଲୋଚ ଦାସ, ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ
କର୍ପୋରେଟର, ମନ୍ଦିର ପରିଚାଳନା କମିଟିର ସଭାପତି କ୍ଷୀତିଶ ଚନ୍ଦ୍ର ତ୍ରିପାଠୀ, ସମସ୍ତ କର୍ମକର୍ତ୍ତା,
ପୂଜକ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ମୁରବି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here