ମଣିଷ ସ୍ୱାର୍ଥ ପାଇଁ ବଳି ପଡୁଛନ୍ତି ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁ, ଲକ୍ଷ୍ୟ ହୁଡ଼ିଛି ଲଖାରୀ ଅଭୟାରଣ୍ୟ

0
295

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଜଙ୍ଗଲ ସୁରକ୍ଷା, ପ୍ରକୃତିର ରକ୍ଷା । ପ୍ରକୃତି ବଞ୍ଚିଲେ ମଣିଷ ଏବଂ ଏ ଜୀବ ଜଗତର ପ୍ରାଣୀ ବି ବଞ୍ଚିବେ । ହେଲେ ମଣିଷ କଣ ଏ କଥାକୁ ବୁଝୁଛି ? ନିଜର ସ୍ୱାର୍ଥ ପାଇଁ ଜଙ୍ଗଲ ଆଉ ଜଙ୍ଗଲୀ ଜନ୍ତୁଙ୍କୁ ନଷ୍ଟ କରି ଚାଲିଛି । ଯାହା ବୀପରୀତ ଫଳ ଦେଉଛି ଆମ ସମସ୍ତଙ୍କୁ । ଆମ ରାଜ୍ଯ ଓଡିଶା ପ୍ରାକୃତିକ ସମ୍ପଦରେ ଭରପୂର । ଏଠାରେ ରହିଛି ଅନେକ ଘଞ୍ଚ ଜଙ୍ଗଲ ଏବଂ ଅଭୟାରଣ୍ଯ ତା ମଧ୍ୟରୁ ଅନ୍ଯତମ ଗଜପତି ଜ଼ିଲ୍ଲାର ଲଖାରୀ ଅଭୟାରଣ୍ଯ। ହେଲେ ଏହା କେବଳ ନାମକୁ ମାତ୍ର ଅଭୟାରଣ୍ୟ ହୋଇ ରହିଛି । କାରଣ ଏଠି ଜଙ୍ଗଲ କମିବାକୁ ଲାଗିଛି ଆଉ କମି ଯାଇଛନ୍ତି ଜୀବଜନ୍ତୁ । ଦିନେ ହାତୀଙ୍କ ଏନ୍ତୁଡ଼ିଶାଳ ସାଜିଥିବା ଏହି ଅଭୟାରଣ୍ଯରେ ଏବେ ହାତୀଙ୍କ ପାଦ ଚିହ୍ନ ବି ଦେଖିବାକୁ ମିଳୁ ନାହିଁ ।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here