କାର ସହିତ ସାଇକେଲର ମୁହାଁ ମୁହିଁ ଧକ୍କା,ସାଇକେଲ ଆରୋହୀ ମୃତ

0
362

ଆସିକା(ଜଗନ୍ନାଥ ସାହୁ) ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାତାଳିଗୁଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି | ସୂଚନା ପ୍ରକାରେ ଚେରମାରିଆ ଗ୍ରାମର ବରଜ ଗୌଡ଼ (52)ଏକ ସାଇକେଲ ଧରି ପାତାଳିଗୁଡା ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର (ଓଡ଼ି07ଡବ୍ଲୁ8844)ଟି ସାମ୍ନା ପଟୁ ଧକ୍କା ଦେଇଥିଲା | ଏଥିରେ ସାଇକେଲ ଆରୋହୀ ବରଜ ଗୁରୁତର ଆହତ ହୋଇଥିଲେ |ପରେ ତାଙ୍କୁ ଆସ୍କା ମେଡିକାଲ କୁ ନିଆଯାଇଥିଲା | କିନ୍ତ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏ ନେଇ ଆସିକା ଥାନା ରେ କେଶ ନଂ 105/21 ରେ ମାମଲା ରୁଜୁ ହେବା ପରେ ପୋଲିସ କାର କୁ ଜବତ କରିବା ସହିତ କାର ଚାଳକ କୁ ଗିରଫ କରିଛି |

LEAVE A REPLY

Please enter your comment!
Please enter your name here