ସ୍ବର୍ଗତ ସାମ୍ବାଦିକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ବିଧାୟକ

0
299

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡା ବ୍ଲକର ଜଣାଶୁଣା ସାମ୍ବାଦିକ ତଥା ବିଭିନ୍ନ ଅନୁଷ୍ଠାନ ସହ ସମ୍ପୃକ୍ତ ଥିବା ବାଲିପଦର ଗ୍ରାମର ରତ୍ନାକର ମହାରଣାଙ୍କ ଗତକାଲି ଅର୍ଥାତ ଏପ୍ରିଲ ୨୩ ତାରିଖ ଦିନ ବ୍ରହ୍ମପୁର ବଡ ମେଡ଼ିକାଲରେ କରୋନା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଥିଲେ। ଖବର ପାଇବା ପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏପ୍ରିଲ ୨୪ ତାରିଖ ଦିନ ବାଲିପଦର ଯାଇ ସ୍ବର୍ଗତ ସାମ୍ବାଦିକ ରତ୍ନାକର ମହାରଣାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସ୍ୱାନ୍ତନା ପ୍ରଦାନ କରିଥିଲେ। ଏଥିସହ ପରିବାରକୁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here