ବୁଗୁଡା(ନ୍ୟୁଜଏକ୍ସଟ୍ରା) ରାଜ୍ୟ ସରକାର ପ୍ରଥମେ ପଡୋଶୀ ରାଜ୍ୟକୁ ଲାଗିଥିବା ୧୦ ଜିଲ୍ଲାରେ ସଟ୍ଡ଼ାଉନ ଘୋଷଣା ପରେ ଆଜିଠାରୁ ସମସ୍ତ ସହରରେ ସପ୍ତାହାନ୍ତ ସଟ୍ଡ଼ାଉନ ଲାଗୁ କରିଛନ୍ତି। ଫଳରେ ରାଜ୍ୟର ସମସ୍ତ ସହରରେ ସପ୍ତାହରେ ଶନିବାର ଓ ରବିବାର ଦୁଇ ଦିନ ସଟ୍ଡ଼ାଉନ କାର୍ଯ୍ୟକାରୀ କରାଯାଇଛି। ବୁଗୁଡା ସହରରେ ପ୍ରଥମ ସପ୍ତାହାନ୍ତ ସଟ୍ଡ଼ାଉନ ଯୋଗୁଁ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସର୍ବଦା ଜନଗହଳି ରହୁଥିବା ମଦନମୋହନ ଛକର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଯୋଗୁଁ ରାସ୍ତାଘାଟ ଜନଶୁନ୍ୟ ଦେଖଗିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ପୂର୍ବରୁ ସଚେତନତା କରଥିବା ବେଳେ ଏହା ସଫଳ ହୋଇପାରିଛି ।
ରିପୋର୍ଟ :ଅନିଲ କୁମାର ମହାରଣା