ଏସପି ଅଫିସ ସାମ୍ନାରେ ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

0
566

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁର): ଆଜି ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବିଜେଡି ମହିଳା ନେତ୍ରୀ ମିନାକ୍ଷୀ ମିଶ୍ର । କୌଣସି କାରଣରୁ ପୋଲିସ ମିନାକ୍ଷୀଙ୍କ ପୁଅକୁ ଗିରଫ କରିଥିଲା। ସେଥିପାଇଁ ମିନାକ୍ଷୀ ମିଶ୍ର ଏସପିଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । କିନ୍ତୁ ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍ପି ପ୍ରଭାତ କୁମାର ରାଉତରାୟଙ୍କୁ ସାକ୍ଷାତ କରି ତାଙ୍କ ପୁଅ ରାଜାକୁ କାହିଁକି ଗିରଫ କରାଗଲା ସେ ବିଷୟ ଜାଣିବାକୁ ଚାହିଁ ଥିଲେ। ଘଟଣାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମିନାକ୍ଷୀ ଏକ ଜାରରେ ଲୁଚାଇଆଣିଥିବା କିରାସିନିକୁ ନିଜ ଉପରେ ଢାଳିଦେଇ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ଲାଗି ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଛି। ବ୍ରହ୍ମପୁର ବଡ଼ ମେଡିକାଲରେ ଏସପି ଉପସ୍ଥିତ ଥିଲେ। ଏକ ପାର୍କିଙ୍ଗ ବିଷୟକୁ ନେଇ ଗଣ୍ଡଗୋଳ ପରେ ରାଜାକୁ ବିଏନପୁର ପୋଲିସ ଗିରଫ କରିଥିଲା। ରାଜା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ମିନାକ୍ଷୀ ମିଶ୍ର ଯୁକ୍ତି ବାଢିଥିଲେ। ମିନାକ୍ଷୀଙ୍କ ଯୁକ୍ତି ଥିଲା ଯେ, ଗତ ଜାନୁଆରି ୨୮ ତାରିଖ ଦିନ ଦଳେ ଲୋକ ରାଜାକୁ ନିର୍ମମ ଭାବେ କ୍ରିକେଟ ବ୍ୟାଟରେ ପିଟିଥିଲେ। ସିସିଟିଭିରେ ଏନେଇ ସ୍ପଷ୍ଟ ଜଣାପଡୁଛି। ତଥାପି ପୋଲିସ ରାଜାକୁ କାହିଁକି ଗିରଫ କଲା ବୋଲି ମିନାକ୍ଷୀ ପୋଲିସକୁ ପ୍ରଶ୍ନ କରିଥିଲେ।

LEAVE A REPLY

Please enter your comment!
Please enter your name here