ଏସପି ଶ୍ରୀ ବ୍ରିଜେଶ ରାୟଙ୍କ ଭଞ୍ଜନଗର ଥାନା ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା

0
358

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ପୁଲିସ୍ ଅଧୀକ୍ଷକ ବ୍ରିଜେଶ୍ ରାୟ ସୋମବାର ଭଞ୍ଜନଗର ଥାନା ପରିଦର୍ଶନ କରିଛନ୍ତି।ମଧ୍ୟାହ୍ନରେ ଭଞ୍ଜନଗର ଥାନାରେ ପହଞ୍ଚି ଅପରାଧ, ଅପରାଧି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଅଧପନ୍ତରିଆ ଥିବା ମାମଲା ଗୁଡ଼ିକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଗତକାଲି କାଳ ବୈଶାଖୀ ପ୍ରଭାବରେ ଏସଡ଼ିପିଓ କାର୍ଯ୍ୟାଳୟରେ ହୋଇଥିବା କ୍ଷୟକ୍ଷତି ବୁଲି ଦେଖିବା ସହ କାର୍ଯ୍ୟାଳୟର ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରି ଅଫିସ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ। ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ପାଇଁ କଟକଣା ସ୍ବରୂପ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରାଯାଇଥିବାରୁ ତାକୁ କଡ଼ାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କରୋନାର ସମସ୍ତ ନିୟମ ଯେଭଳି ପାଳନ ହେବ ତାକୁ ସମସ୍ତ କର୍ମଚାରୀ ମାନିବା ସହ ଜନସାଧାରଣ କିଭଳି ପାଳନ କରିବେ ସେ ଦିଗରେ ପଦକ୍ଷେପ ନେବା ପାଇଁ ସମସ୍ତ ଅଧିକାରୀଙ୍କୁ କହିଥିଲେ । ଏସପି ଙ୍କ ଗସ୍ତ ସମୟରେ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସମେତ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,ଏସ୍ଆଇ ସମୀର କୁମାର ବେହେରା,ଲିତାରାଣୀ ପରିଡ଼ା, ଟୁନା ପିଡ଼ିକା,ଏଏସ୍ଆଇ ଦୁଲର୍ଭ ପାତ୍ର,ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here