ଗଂଜାମ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଉପରେ ଆକ୍ରମଣ

0
881

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ରାତିରେ ପ୍ରେମ ନଗର ଦ୍ଵିତୀୟ ଗଳିରେ ଗଞ୍ଜାମ ଓକିଲ ସଂଘର ବରିଷ୍ଠ ଆଇନଜୀବି ଶ୍ରୀ ପ୍ରଫୁଲ୍ଲ ଜଗନ୍ନାଥ ପାଢୀଙ୍କ ଉପରେ ଆକ୍ରମଣ ହୋଇଥିଲା | ଟ୍ରାଫିକ୍ ଜାମ୍ ହୋଇଥିବା ବେଳେ ଜଣେ ମୋଟରସାଇକଲ ଚାଳକକୁ କିଛି ସମୟ ରହିଜିବାକୁ ଆଇନଜୀବୀ କହିବାରୁ ଉତ୍ୟକ୍ତ ହୋଇ ଚାଳକ ଜଣକ ଗାଡିରୁ ଓହ୍ଲାଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।

ପ୍ରଫୁଲ୍ଲଙ୍କୁ ମେଡିକାଲରେ ଚିକିତ୍ସା କରାଯିବା ପରେ ସେ ଘରକୁ ଫେରିଆସିଛନ୍ତି । ବଡ ବଜାର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି । ତାଙ୍କର ଏହି ଆକ୍ରମଣକୁ ଗଂଜାମ ଓକିଲ ସଂଘ ନିନ୍ଦା କରିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫକରିବା ପାଇଁ ଦାବୀ କରିଛନ୍ତି । ଆଜି ସଂଘ ପକ୍ଷରୁ ଏ ନେଇ ଏକ ଜରୁରୀ ବୈଠକ ବସିଥିଲା ଏବଂ ଦୁଇଟି ନିଷ୍ପତି ନିଆଯାଇଛି | ପ୍ରଥମତଃ ଆଜି ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ଏବଂ ଦ୍ଵିତୀୟରେ ଏସ୍ପିଙ୍କ ଠାରେ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାଵୀ କରାଯିବ |

LEAVE A REPLY

Please enter your comment!
Please enter your name here