କୁକୁଡ଼ାଖଣ୍ଡି ବିସ୍ଫୋରଣରେ ୨ ଜଣ ମୃତ ଓ ୩ ଗୁରୁତର

0
235

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି-ନାଇଡୁପଲ୍ଲୀ ନିକଟରେ ଥିବା ଏକ ଘରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ଘରେ ରୋଷେଇ କରିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ଘରସାରା ନିଆଁ ଖେଳେଇ ହୋଇଯାଇଥିଲା ଫଳରେ ଘରେ ପଥର ଫଟାଇବାକୁ ରଖାଯାଇଥିବା ଜିଲୋଟିନ୍ ଷ୍ଟିକଗୁଡ଼ିକ ବିସ୍ଫୋରଣ ହୋଇଥିଲା।ବିସ୍ଫୋରଣ ପରେ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here