କୋଡ଼ିଙ୍ଗା ସାପ୍ତାହିକ ହାଟ ବନ୍ଦ , ଫଳ ଦୋକାନ ସିଲ

0
480

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଗ୍ରାମରେ ସୋମବାର ସାପ୍ତାହିକ ହାଟ କୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କୋଡ଼ିଙ୍ଗା ତହସିଲଦାର ସବ୍ୟସାଚୀ ଜେନା ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ପୁଲିସ ସକାଳୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି କୋଡ଼ିଙ୍ଗା ଗ୍ରାମର ସାପ୍ତାହିକ ହାଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସେହିପରି ତହସିଲଦାର ଓ ପୁଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ମାସ୍କ ଚେକିଙ୍ଗ କୁ କଡାକଡି କରାଯାଇଛି । ମୁଖ୍ୟ ରାସ୍ତାରେ ବସୁଥିବା ପରିବା ବ୍ୟବସାୟୀ ଙ୍କୁ ହାଟ ବସିବାକୁ ବାରଣ କରାଯାଇଛି । ସେହିପରି କୋଡ଼ିଙ୍ଗା ମେଡ଼ିକାଲ ନିକଟସ୍ଥ ଏକ ଫଳ ଦୋକାନକୁ ସିଲ କରାଯାଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ କୋଷାଗୁମୁଡା ବ୍ଲକକୁ ଲାଗି ଛତିଶଗଡ଼ ରାଜ୍ୟ ସୀମା ରହିଛି । ବର୍ତ୍ତମାନ ଛତିଶଗଡ଼ ରାଜ୍ୟରେ କୋରନା ର ପ୍ରଭାବ ବିସ୍ତାର କରିଚାଲିଛି । କୋଷାଗୁମୁଡା ବ୍ଲକ ପ୍ରଶାସନ ବ୍ଲକର ସୀମାକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । କିନ୍ତୁ କିଛି ଗଳା ବାଟ ଦେଇ କିଛି ଅନୁପ୍ରବେଶ ହେଉଥିବା ବେଳେ ଛତିଶଗଡ଼ ଅଞ୍ଚଳର କିଛି ବ୍ୟବସାୟୀ ଓଡ଼ିଶାର ବିଭିନ୍ନ ହାଟକୁ ବ୍ୟବସାୟ ପାଇଁ ଆସୁଥିବା ଖବର ପାଇ ସ୍ଥାନୀୟ ପ୍ରଶାସନ ଏଥିରେ ରୋକ ଲଗାଇବାରେ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେହିଭଳି ସୋମବାର କୋଷାଗୁମୁଡା ବ୍ଲକରେ ୧୧ ଜଣ କୋରନା ପୋଜିଟିବ ଚିହ୍ନଟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କୋଷାଗୁମୁଡା ବ୍ଲକର ପ୍ରଶାସନ ଆକ୍ସନ ମୁଡ଼ରେ ରହିଛି । ଅମାନିଆ ଙ୍କୁ ସାବଡ଼ କରିବାପାଇଁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି ରାତ୍ରି କର୍ଫ୍ୟୁ କୁ ମଧ୍ୟ କଡାକଡି କରାଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here