ଦୁଇଘଣ୍ଟା ବର୍ଷାରେ ଅସ୍ତବ୍ୟସ୍ତ ବ୍ରହ୍ମପୁର ସହର;ଆଣ୍ଠୁଏ ପାଣିରେ ଶ୍ରେଣୀଗୃହରେ ପିଲାମାନେ ଜଳବନ୍ଦୀ

0
620

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମଙ୍ଗଳବାର ଅପରାହ୍ନରେ ମାତ୍ର ଦୁଇଘଣ୍ଟା ବର୍ଷାରେ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା। ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍ କେ.ସି. ଟାଉନ୍ ହାଇସ୍କୁଲରେ ଶ୍ରେଣୀ ଗୃହ ମଧ୍ୟକୁ ବର୍ଷା ପାଣି ପଶି ଆସିଥିଲା ।ଆଉ କିଛି ଉପାୟ ନପାଇ ପିଲାମାନେ ଓ ଶିକ୍ଷକଶିକ୍ଷୟତ୍ରୀମାନେ ଟେବୁଲ ଏବଂ ବେଞ୍ଚ ଉପରକୁ ଗୋଡ ଟେକି ବସିରହିଲେ ।
ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ କୁନି କୁନି ପିଲାମାନେ ତଳକୁ ଓହ୍ଲାଇବାକୁ ଭୟ କରୁଥିବା ଜଣାପଡ଼ିଛି । ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେମାନେ ଜଳବନ୍ଦୀ ହୋଇ ରହିଥିଲେ । ରାସ୍ତା ଉପରେ ପ୍ରାୟ ୨ ଫୁଟ ଉଚ୍ଚର ବର୍ଷାଜଳ ସହ ଡ୍ରେନ୍ଗୁଡିକର ଜଳ ପ୍ରବାହିତ ହୋଇ ଜଳବନ୍ଦୀ ହୋଇଥିଲା।
ବର୍ଷାଦିନକୁ ଦୃଷ୍ଟିରେ ରଖି ଡ୍ରେନ୍ ସଫା ଓ ଜଳ ନିଷ୍କାସନ ଦିଗରେ ପଦକ୍ଷେପ ନିଆଯାଉଥିବା ନେଇ ବିଏମ୍ସି ପକ୍ଷରୁ କୁହାଯାଉଥିବା ବେଳେ ଅନେକ ଅଞ୍ଚଳରେ ଡ୍ରେନ୍ର ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ଯୋଗୁ ଏଭଳି କୁତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ଡ୍ରେନ୍ର କ୍ଷମତାଠାରୁ ଅଧିକ ପରିମାଣର ବର୍ଷା ହୋଇଥିବାରୁ ଏଭଳି ପରିସ୍ଥିତ ଉପୁଜିଛି। ବର୍ଷାଜଳ ଜମି ରହିଥିବା ତଥା ଡ୍ରେନ୍ ଚୋକ ହୋଇଥିବା ଅଞ୍ଚଳକୁ ସ୍ବତନ୍ତ୍ର ଟିମ୍ ପଠାଯାଇଛି।

LEAVE A REPLY

Please enter your comment!
Please enter your name here