ପୋଲସରାରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

0
280

ପୋଲସରା(ନ୍ୟୁଜଏକ୍ସଟ୍ରା) ପୋଲସରା ମା’ ଦକ୍ଷିଣ କାଳୀ ଯୁବକ ସଙ୍ଘ ପକ୍ଷରୁ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ଫୁଲୋଟ୍ରନ ଇଣ୍ଡିଆ ସହଯୋଗରେ ମାର୍ଚ୍ଚ ୨୩ ତାରିଖ ଦିନ ଏକ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ପୋଲସରା ସହରର ସୁବୁଦ୍ଧି ସାହି ମଧୁବ୍ୟାସ କୋଠ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ, ଚିଫ ଅପଟୋମେଟ୍ରିଷ୍ଟ ସାଗର ପୃଷ୍ଟି ଓ ଷ୍ଟାଫ ଏନ. ମୁନା ପ୍ରମୁଖ ଯୋଗଦେଇ ୧୩୮ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ୧୦୯ ଜଣଙ୍କ ମାଗଣା ପରଳ ଚିକିତ୍ସା ପାଇଁ ପଠାଯାଇଥିଲା। ଚକ୍ଷୁ ପରୀକ୍ଷା ବେଳେ ୪ ଜଣଙ୍କ ଗ୍ଲୁକୋମା ( କଳା ମୋତିଆ ବିନ୍ଦୁ ) ଚିହ୍ନଟ କରାଯାଇଥିବା ବେଳେ ୨୮ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ଚକ୍ଷୁ ଚିକିତ୍ସା ଶିବିର ପରିଚାଳନାରେ ମା’ ଦକ୍ଷିଣ କାଳୀ ଯୁବକ ସଙ୍ଘ ପକ୍ଷରୁ ଅବିନାଶ ସାମଲ, ସଂଗ୍ରାମ ସାହୁ, ଅଭିନାଶ ସାହୁ, ରାମଚନ୍ଦ୍ର ସାହୁ, ବଳିଆ ସାହୁ, ଶେଖର ବେହେରା, ପିଙ୍କୁ ସାହୁ, ସୁବ୍ରତ ବେହେରା, କିଶୋର କୁମାର ସାହୁ, ସନ୍ତୋଷ ବେହେରା, ସୀମାଞ୍ଚଳ ସ୍ୱାଇଁ, ଗଙ୍ଗାଧର ନାହାକ ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here