ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
701

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଝିଅମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଥିବାରୁ,ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ୟାରତ୍ନଙ୍କ ସୁରକ୍ଷା ପାଇଁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶ୍ରୀ ଶ୍ରୀମତୀ
ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଝିଅମାନେ ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହଁନ୍ତି ବୋଲି ପରାମର୍ଶ ଦେବା ସହ ରୁମାଲରେ କିଛି ଶିଶୁଙ୍କ ପାଦରେ ହଳଦୀ ଲଗାଇ ପାଦଚିହ୍ନ ସାଙ୍ଗରେ ନେଇଥିଲେ। ସେ କନ୍ୟାସନ୍ତାନ ଓ ଝିଅ ଜନ୍ମ କରିଥିବା ମା’ମାନଙ୍କୁ କେକ୍ କାଟି,ମିଷ୍ଟାନ୍ନ ବଣ୍ଟନ କରି, ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। ସେମାନଙ୍କୁ ଗୋଟିଏ ଗଛ ମଧ୍ୟ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବ୍ରହ୍ମପୁର ଏମ୍ପି ଶ୍ରୀ ଚନ୍ଦ୍ରଶେଖର ସାହୁ, ଆସିକା ଏମ୍ପି ଶ୍ରୀମତୀ ପ୍ରମିଳା ବିଶୋୟୀ, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡ. ବିଜୟ କୁମାର ପାଣିଗ୍ରାହୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ବିଡିଓ ଶ୍ରୀ ହଳଧର ଶବର ଓ ଦିଗପହଣ୍ଡି ସିଡିପିଓ ଶ୍ରୀମତୀ ଯଶୋବନ୍ତୀ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here