ପୋଲସରା ଥାନା ତରଫରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

0
612

ପୋଲସରା ୨୦/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ପୋଲସରା ଥାନା ତରଫରୁ ଏକ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ପୁରୁଷୋତ୍ତମପୁର ଏସଡିପିଓ ଶ୍ରୀ ନିମାଇଁ ସେଠୀ, ପୋଲସରା ବିଡ଼ିଓ,ତହସିଲଦାର ,କାର୍ଯ୍ୟନିର୍ବାହୀ ଅଧିକାରୀ, ଥାନା ଅଧିକାରୀ, ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା, ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। “ଜୀବନ ବହୁତ ମୂଲ୍ୟବାନ” ଏହାର ଯତ୍ନ ନେବା ପ୍ରତ୍ୟେକ ସୁନାଗରିକର କର୍ତବ୍ୟ l ରାସ୍ତାରେ ଗାଡି ଚଲାଇଲା ବେଳେ ହେଲମେଟ ବ୍ୟବହାର କରିବା , ଟ୍ରାଫିକ ନିୟମ ମାନିବା,ଗାଡି ଚଳାଇବା ବେଳେ ମଦ୍ୟପାନ ନକରିବା, ଗାଡିର ଗତି ନିୟନ୍ତ୍ରଣରେ ରଖିବା ଆଦି ବିଷୟ ଉପରେ ଉପରୋକ୍ତ ଅତିଥିମାନେ ଆଲୋକପାତ କରିଥିଲେ l

LEAVE A REPLY

Please enter your comment!
Please enter your name here