ନାବାଳିକା ପ୍ରତାରଣା ଅଭିଯୋଗ ରେ ଯୁବକ ଗିରଫ

0
337

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନାରରେ ୩ବର୍ଷ ପୂର୍ବର ନାବାଳିକାକୁ ପ୍ରତାରଣା ଏକ ମାମଲାରେ ଜଡିତ ୱାରେଣ୍ଟିକୁ ଆଜି କୋଡିଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ୱାରେଣ୍ଟି ଜଣକ ହେଲେ ଡାବୁଗାଁ ଥାନା ବଡଓଲମା ଗ୍ରାମର ଭବାନୀ ଶଙ୍କର ବିଶୋଇ(୨୩) । ସୂଚନା ଅନୁଯାଇ ୨୦୧୮ ମସିହାରେ ଡାବୁଗାଁ ଥାନା ବଡ-ଓଲମା ଗ୍ରାମର ଭବାନୀ ଶଙ୍କର ବିଶୋଇ ଏବଂ ନାବାଳିକା ମଧ୍ୟରେ ପ୍ରେମ ସମ୍ପର୍କ ଗୋଢି ଉଠିଥିଲା । ଭବାନୀ ଏକ ମୋବାଇଲ ନାବାଳିକା କୁ ଉପହାର ଦେଇଥିଲା ଯାହାକୁ ନେଇ ପ୍ରତିଦିନ ଉଭୟ କଥାବାର୍ତା କରୁଥିବା ସହ ଅନେକ ଥର ଭବାନୀ ନାବାଳିକାକୁ ସମ୍ପର୍କ ସ୍ଥାପନ କରି ଦୁଷ୍କର୍ମ କରିଆସୁଥିଲା । ନାବାଳିକାକୁ ଅନେକ ଥର ସମ୍ପର୍କ ରଖିବା ପରେ କୋଡିଙ୍ଗା ଥାନା ଚଚରାଗୁଡା ଠାରେ ଧମକ ଦେଇ ଛାଡି ପଳେଈ ଯାଇଥିଲା ଅଭିଯୁକ୍ତ । ଏନେଇ କୋଡିଙ୍ଗା ଥାନାରେ ୨୮/୨୦୧୮ରେ ଏକ ପୋସ୍କ ଆଇନ ସହ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଛତିଶଗଡ ଅଞ୍ଚଳରେ ଫେରାର ହୋଇଯାଇଥିଲା । ଯାହାକୁ ନେଇ ଜାମିନ ବିହୀନ ଗିରଫ ପରବାନା ଜାରି କରଯାଇଥିଲା । ଆଜି ନିଜ ଗାଁ ବଡଓଲମାକୁ ଅଭିଯୁକ୍ତ ଆସିବା ପରେ ଅଭିଯୁକ୍ତକୁ କୋଡିଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୋଡିଙ୍ଗା ଥାନା ଏସଆଇ ଦେବଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here