ବାସଗୃହରେ ଅତର୍କିତ ଚଢ଼ାଉ କରି ୧୮୩ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

0
310

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସହଦେବ . ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବାଲିପାଟ ଦେଉଳ ସାହିର କୁରେଶୁ ବଡରଇତଙ୍କ ବାସଗୃହରେ ପାଟପୁର ପୋଲିସ ଶନିବାର ଦିନ ଅତର୍କିତ ଚଢ଼ାଉ କରି ୧୮୩ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଖବରନୁଯାୟୀ , ପାଟପୁର ଥାନା ପୋଲିସ ଆଜି ସକାଳୁ ବିଶେଷ ସୁତ୍ରରୁ ଖବରପାଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶକ୍ରମେ ଏସ୍ ଆଇ ସାନ୍ତୁନୁ କୁମାର ଡିଗଲ ସମେତ ପୋଲିସ କର୍ମଚାରୀ ମାନେ ଅଭିଯୁକ୍ତ ବଡରଇତଙ୍କ ଘରେ ଚଢ଼ାଉ କରି ଚୋରାଚାଲାଣ ନିମନ୍ତେ ଲୁଚାଇ ରଖାଯାଇଥିବା ୬ ଗୋଟି ଗଞ୍ଜେଇ ବସ୍ତା ଜବତ କରିଥିଲା । ଏହାପରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ସନାତନ ମହାଲିକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପଚୁପ ପରେ ୧୮୩ କେଜି ୬୦୦ ଗ୍ରାମ ମହଜୁଦ ରହିଥିବା ବେଳେ ଯାହାର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଥିଲା । ଏନେଇ ପାଟପୁର ଥାନା ପୃଥକ ମାମଲା ନଂ ୧୪୩/୨୩ , ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ଦିଆଯାଇଛି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here