ବେଆଇନ ଲଟେରୀ ସଂସ୍ଥା ଉପରେ ଚଢାଉ; ୨ଜଣ ଗିରଫ, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

0
263

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବେଆଇନ ଲଟେରୀ ସଂସ୍ଥା ଉପରେ ଚଢାଉ କରିଥିବା ବେଳେ ୨ଜଣଙ୍କୁ ଗିରଫ କରିବା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛନ୍ତି । ପିନ୍ଧା ଥାନା ଅଧିକାରୀ ଗିରଫ କରିଥିବା ୨ଜଣ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡି ସହର ବାଟଗୌଡ ସାହିର ସୁନାଶଗଡ ପ୍ରତାପ ଓ ରାଣିପେଣ୍ଠ ଗ୍ରାମ ବଡ଼ସାହି ର ବଦୁ ଗଣପତି ବୋଲି ଏସଡିପିଓ ରାମକୃଷ୍ଣ ପତି ଓ ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ବଦୁ ଗଣପତି ଓ ସୁନାଶଗଡ ପ୍ରତାପ ରାଣିପେଣ୍ଠ ଗ୍ରାମରେ ଶ୍ରୀ ଲକ୍ଷ୍ମୀ ଗଣପତି ଲକି ଡ୍ର ସ୍କିମ୍ ନାମକ ବେଆଇନ ଲଟେରୀ ସଂସ୍ଥା ଖୋଲିଥିଲେ । ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଆକର୍ଷିତ କରି ବିଭିନ୍ନ ପ୍ରକାର ଲଟେରୀ ସ୍କିମ୍ ପ୍ରଲୋଭନ ଦେଖାଇ ୫ଶହ ଜଣଙ୍କୁ ସଂସ୍ଥାର ସଦସ୍ଯ କରିବାକୁ ସ୍ଥିର କରିଥିଲେ, କିନ୍ତୁ ୩୪୫ଜଣ ସଦସ୍ଯ ହୋଇଥିଲେ । ସଦସ୍ଯ ମାନେ ପ୍ରତି ୧୫ଦିନରେ ୩ଶହ ଟଙ୍କା ଲେଖାଁଏ ୨୬ ପାଳି ଟଙ୍କା ବାନ୍ଧିବେ । ୧୫ଦିନକୁ ଥରେ ଲଟେରୀ ବାହାର କରାଯିବ ଏବଂ ଯେଉଁ ସଦସ୍ଯଙ୍କ ନାମରେ ବାହାରିବ ସେ ତା ପରଠାରୁ ଟଙ୍କା ବାନ୍ଧିବ ନାହିଁ। ଲଟେରୀ ସ୍କିମ୍ ରେ ସଦସ୍ଯ କରିବା ନିମନ୍ତେ ଲୋକମାନଙ୍କୁ ସ୍କୁଟି,ଏଲଇଡି ଟିଭି,ସୁନା,ରୂପା, ଦାମିକା ମୋବାଇଲ ଫୋନ୍,ଏଆର କଣ୍ଡିସନର୍, ମିକ୍ସ୍ ଗ୍ରାଇଣ୍ଡର , ସିଲିଙ୍ଗ୍ ଫୋନ୍, ଇ ଷ୍ଟୋଭ ଓ ଅର୍ଥ ରାଶି ସମେତ ବହୁ ଲୋଭନୀୟ ଦ୍ରବ୍ଯ ରଖିଥିଲେ । କିନ୍ତୁ ବେଆଇନ ଭାବେ ଖୋଲିଥିବା ଲଟେରୀ ସଂସ୍ଥା ପ୍ରଲୋଭନରେ ପଡି ଲୋକମାନେ ଠକାମୀରେ ପଡିବାର ସମ୍ଭାବନା ରହିଥିଲା ।ପୋଲିସ କୌଣସି ସୁତ୍ରରୁ ଖବରପାଇ ପାରଳାଖେମୁଣ୍ଡି ସହରର ବାଟଗୌଡ ସାହିରେ ଥିବା ଆଇଟିସି କମ୍ପ୍ୟୁଟର ସେଣ୍ଟରରେ ଲଟେରୀ ସମ୍ବନ୍ଧୀୟ ୬୨ଟି ମୂଲ୍ଯବାନ କାଗଜପତ୍ର ଜବତ କରିଥିଲା । ଏନେଇ ପାରଳାଖେମୁଣ୍ଡି ଥାନା କେସ୍ ନଂ-୮୧/୨୦୨୧ ଭାରତୀୟ ପିଙ୍ଗଳ କୋଡ୍ ର -୨୯୪(କ),୪୨୦,୩୪ ଦଫା ଓ ଲଟେରୀ (ରେଗୁଲେସନ) ଆକ୍ଟ ର ଧାରା ୭ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ।ଏହି ଚଢାଉରେ ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ,ଏସଆଇ ବିନାୟକ ମନ୍ତ୍ରୀ,ଏଏସଆଇ ଏଲ ଏନ ବେହେରାଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ । ଏହି ମାମଲାର ତଦନ୍ତ ଏସଆଇ ବିଶ୍ବଜିତ ଜେନା କରୁଥିବାର ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here