ବରିଷ୍ଠ ଆଇନଜୀବୀ ଙ୍କ ବିୟୋଗରେ ଶୋକ

0
478

କୋଷାଗୁମୁଡା( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ର ବରିଷ୍ଠ ଆଇନଜୀବୀ ଏନ. ଅହମ୍ମଦ ଗତ କାଲି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଥିଲା । ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ର ଆଇନଜୀବି ସଙ୍ଘ ପକ୍ଷରୁ ଶୋକ ପ୍ରକାଶ ପାଇଛି । କୋଡ଼ିଙ୍ଗା ତହସିଲ ରେ କାର୍ଯ୍ୟରତ ଆଇନଜୀବୀ ଦିଗାମ୍ବର ପାଣିଗ୍ରାହୀ , ଅର୍ଜୁନ ବିଶୋଇ , ତାରିଣୀ ଦାଶ , ଅମରେଶ ପାଣିଗ୍ରାହୀ , ଅରୁଣ ପ୍ରସନ୍ନ ନାୟକ , ରାମଚନ୍ଦ୍ର ନାୟକ , ବାବୁଲି ବାଘ ପ୍ରମୁଖ ସ୍ୱର୍ଗତ ଏନ. ଅହମ୍ମଦ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ଆଣିନଜୀବୀ ସାଙ୍ଗକୁ ଜଣେ ବରିଷ୍ଠ ସମାଜସେବୀ ଭାବେ ଜିଲ୍ଲାରେ ପରିଚିତ ଥିଲେ । ସେହିଭଳି ସେ ଜିଲ୍ଲାର ବିଭିନ୍ନ ସଙ୍ଘଠନ ସହିତ ଜଡିତ ଥିବା ବେଳେ ଦୁଃଖୀ ଗରିବ ଙ୍କ ହିତ ପାଇଁ ଜିଲ୍ଲାରେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଆତ୍ମା କୁ ସଦଗତି ପ୍ରାପ୍ତ ହେବା ସହ ତାଙ୍କ ପରିବାର କୁ ଭଗବାନ ସାହସ ପ୍ରଦାନ କରିବା ପାଇଁ ସମସ୍ତେ ପ୍ରାଥନା କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ।

LEAVE A REPLY

Please enter your comment!
Please enter your name here