ଠିକାଦାର ଙ୍କୁ ନିର୍ମମ ଭାବେ ହତ୍ୟା କଲା ଶ୍ରମିକ

0
271

କବିସୂର୍ଯ୍ୟନଗର (ନ୍ୟୁଜଏକ୍ସଟ୍ରା) ଗାଁ ଦାଣ୍ଡ ରେ ଠିକାଦାର ଙ୍କୁ ନିର୍ମମ ଭାବେ ହତ୍ୟା କଲା ଶ୍ରମିକ , ବକେୟା 2ହଜାର ଟଙ୍କା ନ ଦେବାରୁ ହତ୍ୟା କଲା ଶ୍ରମିକ. ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବରିଡା ଏ ଗ୍ରାମରେl ଘଟଣା ସ୍ଥଳ ରୁ ମିଳିଥିବା ଖବର ଅନୁଯାୟୀ ଭାଟପଡ଼ା ଗ୍ରାମର ଟୁକୁନା ଛଟାଇ ଠିକାଦାର ଭାବେ କାମ କରି ଏ ଅଂଚଳ ରୁ ଆନ୍ଧ୍ର କୁ ଶ୍ରମିକ ପଠାଏ. ସେହିପରି ବରିଡା ଏ ଗ୍ରାମର ରାଧାକୃଷ୍ଣ ସାହୁ ଶ୍ରମିକ ଭାବେ ଯାଇଥିଲା କିନ୍ତୁ ସେ 2000 ଟଙ୍କା ପ୍ରାପ୍ୟ ପାଇବାକୁ ଥିବା ବେଳେ ଟୁକୁନା କୁ ବାରମ୍ବାର ମାଗି ନିରାଶ ହେବା ପରେ ଆଜି ସକାଳୁ ଟୁକୁନା ଶ୍ରମିକ ସଂଗ୍ରହ ପାଇଁ ଗୋବନ୍ଦପୁର ଆସିଥିବା ଜାଣି ବରିଡା ଗ୍ରାମ ଜଗନ୍ନଥ ମନ୍ଦିର ସାମ୍ନା ରେ ଜଗି ଥିବା ରାଧାକୃଷ୍ଣ ଟୁକୁନା କୁ ଅଟକାଇ ବକେୟା ଟଙ୍କା ମାଗିଥିଲା. ଟଙ୍କା ପରେ ଦେବି କହିବାରୁ ହଠାତ ପୂର୍ବ ପ୍ରସ୍ତୁତ ପ୍ରକାରେ ଛୁରୀ ରେ ଭୁସି ଆକ୍ରମଣ କରିଥିଲା. ଖସି ପଳାଇବାକୁ ଉଦ୍ୟମ କରିବା ପରେ ତାକୁ ବାରମ୍ବାର ଛୁରୀ ରେ ମାରି ବିଭତ୍ସ ଭାବେ ହତ୍ୟା କରିବା ଘଟଣା ସ୍ତବ୍ଧ କରିଛି. ଖବର ପାଇ ବାଲିଛାଇ ଫାଣ୍ଡି ଅଧିକାରୀ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ପହଂଚି ଆସାମୀ ରାଧାକୃଷ୍ଣ କୁ ଗିରଫ କରି ବା ପରେ ବ୍ୟବହୃତ ଛୁରୀ କୁ ଜବତ କରାଯାଇଥିବା ଜଣାପଡିଛି |

ରିପୋର୍ଟ :ବାସୁଦେବ ନାହାକ

LEAVE A REPLY

Please enter your comment!
Please enter your name here