ବଜ୍ରପାତ ଘଟି ବଳଦ ମୃତ

0
563

ଡାବୁଗାଁ( ନ୍ୟୁଜ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଡ଼ଙ୍ଗରିଗୁଡା ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟି ଗୋଟିଏ ବଳଦ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ :- ଡ଼ଙ୍ଗରିଗୁଡା ଗ୍ରାମ ନିକଟ ଅଙ୍ଗୀ ନିକଟରେ ଗ୍ରାମର ଅର୍ଜୁନ ମିର୍ଗାନ ଙ୍କର ବଳଦ ଗୁଡିକ ଚାରୁଥିଲେ | ଅପରାହ୍ନରେ କାଳ ବୈଶାଖୀ ହେବାରୁ ବର୍ଷା ହୋଇଥିଲା | ଫଳରେ ବଳଦ ଗୁଡିକ ନିକଟରେ ଥିବା ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ | ହଠାତ ବଜ୍ରପାତ ହୋଇ ଗୋଟିଏ ବଳଦର ମୃତ୍ୟୁ ଘଟିଛି | ଉକ୍ତ ବଳଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ଅର୍ଜୁନ କହିଛନ୍ତି | ଏଣୁ ତାଙ୍କୁ କିଛି ସରକାରୀ ସାହାଯ୍ୟ ପ୍ରଦାନ କରାଗଲେ ଗରିବ ଚାଷୀ ଜଣଙ୍କ ଉପକୃତ ହେବ ବୋଲି ଗ୍ରାମବାସୀ କହିଛନ୍ତି |

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here