ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳିତ

0
306

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ତା ସହ ମହାବୀର ଜୟନ୍ତୀ । ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି ଏକ ବଡ ପର୍ବ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଓଡ଼ିଆ ନବବର୍ଷ ରୂପରେ ମଧ୍ୟ ଆଜିର ଦିନକୁ ପାଳନ କରାଯାଏ । ପଣାସଂକ୍ରାନ୍ତି କୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି । ଆଜି ଡାବୁଗାଁ ସ୍ଥିତ ତାରିଣୀ ମନ୍ଦିର,ହନୁମାନ ମନ୍ଦିର ଏବଂ ଘରେ ଘରେ ପାଳନ ହଇଯାଇଛି ପଣା ସଂକ୍ରାନ୍ତି ବା ଓଡ଼ିଆ ବନବବର୍ଷ ।ଯାହାକି ଶ୍ରୀକ୍ଷେତ୍ରର ନିଆର ପରମ୍ପରା।ପଣା ସଂକ୍ରାନ୍ତି ପାଇଁ ଡାବୁଗାଁ ଅଞ୍ଚଳଆଜି ଉତ୍ସବ ମୁଖର । ହେଲେ ଏ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିରରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପଣା ସଂକ୍ରାନ୍ତି ପାଳିତ ହେବ । ତେବେ ଏଥିର କରୋନା କଟକଣା ପାଇଁ ଫିକା ପଡିଛି ମହାବିଷୁବ ସଂକ୍ରାନ୍ତି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here