ସଙ୍ଗୀତାଙ୍କ ମୋ ଓଡ଼ିଶା ଭିଡିଓ ସଙ୍ଗୀତ ମୁକ୍ତିଲାଭ

0
278

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ) ବ୍ରୋସିଶ ପ୍ରଡକ୍ସନ ଦ୍ଵାରା ମୁକ୍ତି କଲା ଓଡିଶା ନବ ବର୍ଷ ଉପଲକ୍ଷେ ଗାୟିକା ସଙ୍ଗୀତା ପାଢି ଙ୍କ ୟୁ ଟୁବ୍ ଚାନେଲ ଓଡ଼ିଶା ମୋ ଓଡ଼ିଶା ଗୀତ ପୁଣି ଥରେ ନୂଆ ଢଙ୍ଗ ରେ। ଗୀତ ବୋଲିଛନ୍ତି ସଙ୍ଗୀତା । ଗୀତର ତାଳେ ତାଳେ ଓଡିଶୀ ନ୍ରୁତ୍ୟ ପରିଵେଷଣ କରିଛନ୍ତି ଶେଖର ସୁମନ ମାଝୀ ଏବଂ ସୃଷ୍ଟିଶ୍ରୀ ନାୟକ । ଏହି ସଙ୍ଗୀତ ଆଲବମ୍ ରେ ଆମ ଓଡ଼ିଶା ଏବଂ ଓଡ଼ିଆ ପରମ୍ପରା କୁ ବହୁତ ସୁନ୍ଦର ଭାଵରେ ପ୍ରସ୍ତୁତ କରା ଯାଇଛି। ସଂଗୀତ ରେ ସଜାଇଛନ୍ତି ଅଭିଷେକ ପାଣିଗ୍ରାହୀ ଏବଂ ସୋମେଶ ଶତପଥୀ. ଭିଡିଓ ଗ୍ରାଫି କରିଛନ୍ତି ଆଲେକ୍ସ ଆଲୋକ ଏଵଂ କାହୁଁ । ପ୍ରଯୋଜନା ଏବଂ ସଂଯୋଜନା ରେ ଅଛନ୍ତି ସଂଜୟ ଆନନ୍ଦ ପାଢୀ।ଏହିପରି ଆଗକୁ ମଧ୍ଯ ସଙ୍ଗୀତା ଙ୍କ ବହୁ ସଙ୍ଗୀତ ଆଲବମ୍ ମୁକ୍ତି ଲାଭ ହେବ । ପୂର୍ବରୁ ସଙ୍ଗୀତା ପରଦେଶୀ ଚଢେଇ, ଏ ଵନର ଛାଇ, ଏମିତି ବହୁତ ସୁନ୍ଦର ଓଡିଆ ଗୀତ ଏବଂ ହିନ୍ଦୀ ଗୀତ ଟିପ୍ ଟିପ୍ ଵରଷା ପାନି, ଆପକେ ପ୍ୟାର ମେ, ଦିଲ୍ ମେରା ଚୁରାୟା କିୟୁଁ ଆଦି ଗୀତ ର କଭର ଗୀତ ଏବଂ ରିମେକ୍ ରିମିକ୍ସ ନୂଆ ଅନ୍ଦାଜ ରେ ବନେଇ ଲୋକ ପ୍ରିୟ ହେଇପାରିଛନ୍ତି।

LEAVE A REPLY

Please enter your comment!
Please enter your name here