ସାପ କାମୁଡ଼ାରେ ବାଳିକାର ମୃତ୍ୟୁ

0
259

ଉମରକୋଟ(ନ୍ୟୁଜଏକ୍ସଟ୍ରା) ନବରଂଗପୁର ଜିଲ୍ଲା ଉମରକୋଟ ତୋହରା ପଂଚାୟତ ରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା. ସର୍ପ ଦଂଶନ ରେ ପ୍ରାଣ ହରାଇଲେ 7 ବର୍ଷ ର ନିରୀହ ନାବାଳିକା ଶିଶୁ. ସୂଚନା ମୁତବିକ ତୋହରା ପଂଚାୟତ କେଉପାଣି ଗ୍ରାମର ପୀତବାସ ସାନ୍ତା ଙ୍କ 7 ବର୍ଷ ର ଝିଅ ଏକ ଇଟା ଗଦା ନିକଟରେ ସାଙ୍ଗ ମାନଙ୍କ ସହ ଖେଳୁ ଥିଲେ. ଖେଳୁଥିବା ସମୟରେ ହଟାତ ଏକ ବିଷଧର ସାପ ସମିତା କୁ ଦଂଶନ କରିଥିଲା. ତେବେ ଝିଅ ର ଚିତ୍କାର ଶୁଣି ଗ୍ରାମ ବାସୀ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଥିଲା. ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା, ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା

ରିପୋର୍ଟ : କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here