ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

0
258

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) ଜଙ୍ଗଲ ମାଫିଆ ବା ଶିକାରୀଙ୍କ କବଜାରେ ଜଙ୍ଗଲ। ସବୁଜ ବନାନୀ ଜଙ୍ଗଲ ଏବେ ରକ୍ତ ମୁଖା ପାଲଟିଛି। ଏହାକୁ ଆୟତ୍ତ କରିବାରେ ବନ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନ ଥିବାରୁ ବିଭାଗ ନିଜର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଅବିନାଶ ମାହାର, ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା, ବନପାଳ ପ୍ରବୀଣ ଦାସ ଓ ରଶ୍ମିତା ବକ୍ସି ସାକାଡ଼ି ବନ ସମିତିରେ ନିଆଁ ଲାଗିଥିବା ଖବର ପାଇ ସେଠାକୁ ଯାଇଥିଲେ। ବନ ବିଭାଗ ଓ ଦୁଇ ପ୍ରଶାସନିକ ଅଧିକାରୀ ସେଠାକାର ଜନ ସାଧାରଣଙ୍କ ସହ ଆଲୋଚନା କରିବା ସହ ବନ ବିଭାଗ ନିଆଁ ଲିଭାଇବାକୁ ଆସିବା ସମୟରେ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ଜନସାଧାରଣଙ୍କ ସହଯୋଗ ନ ମିଳିଲେ ପରିବେଶକୁ ବା ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯାଇପାରିବ ନାହିଁ ବୋଲି ଗ୍ରାମବାସୀଙ୍କୁ ବୁଝାଇଥିଲେ। ଦୀର୍ଘ ୪/୫ଦିନ ହେବ ପ୍ରତ୍ୟେକ ଦିନ ଏ ଜଙ୍ଗଲରୁ ସେ ଜଙ୍ଗଲ ନିଆଁ ବ୍ୟାପି ପରିବେଶ ଧୂଆଁମୟ ହେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଦୁଇ ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କୁ ଆହୁରି ସଚେତନ କରିବା ସହ ଆମ ପରିବେଶ ସୁରକ୍ଷା ଆମ ହାତରେ ବୋଲି କହିଛନ୍ତି। ଏହାସହ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଅଧିକ ସଚେତନତା ପାଇଁ ପଦକ୍ଷେପ ନେବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here