ଓଡ଼ିଶାରେ କରୋନା ପରୀକ୍ଷାର ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର

0
380

ଭୁବନେଶ୍ୱର:ଏଣିକି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରାଇପାରିବେ। ଏଥିପାଇଁ ୨୨ଶହ ଟଙ୍କା ଫି’ଦେବାକୁ ପଡ଼ିବ।ରାଜ୍ୟ ସରକାର ଜିଏସ୍‌ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି’ ଧାର୍ଯ୍ୟ କରିଛନ୍ତି ।ଯେ କେହି ବି ଯାଇ କରୋନା ଟେଷ୍ଟ କରିପାରିବେ ।

ସେହିଭଳି ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍‌କୁ ଅନୁମତି ମିଳିଛି । ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ କରୋନା ଟେଷ୍ଟ ହୋଇପାରିବ । ତା’ସହିତ ଇଣ୍ଡିଆ ଅ ଲାଇଫ ସାଇନ୍ସ ଲି ଓ ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ମଧ୍ୟ ଟେଷ୍ଟ କରାଇବା ପାଇଁ ଅନୁମତିଦେଇଛନ୍ତି ରାଜ୍ୟ ସରକାର। ଆରସିଏମଆରର ତତ୍ତ୍ୱାବଧାନରେ ଏହି ଘରୋଇ କ୍ଲିନିକଗୁଡ଼ିକ ଏହି ଟେଷ୍ଟ କରିପାରିବେ।ଯେ କେହି ଟେଷ୍ଟ କରିବାକୁ ଚାହିଁବେ, ଫି’ଦେଇ ଟେଷ୍ଟ କରିପାରିବେ।

LEAVE A REPLY

Please enter your comment!
Please enter your name here