କରୋନାର ଦ୍ଵିତୀୟ ଲହର ପାଇଁ ପୋଲିସର ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ

0
259

ବୁଗୁଡା(ନ୍ୟୁଜଏକ୍ସଟ୍ରା) କରୋନା ମହାମାରୀର ଦ୍ଵିତୀୟ ଲହର କାୟା ବିସ୍ତାର କରୁଥିବା ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ବୁଗୁଡା ପୋଲିସ ଥାନା ପକ୍ଷରୁ ଏପ୍ରିଲ ୦୭ ତାରିଖ ଦିନ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ବାହିନୀ ଦ୍ୱରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବୁଧବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ପୋଲିସ ବାହିନୀ କରୋନା ସଚେତନତା ସୃଷ୍ଟି ପାଇଁ ବିଭନ୍ନ ପ୍ଲାକ କାର୍ଡ଼ ଧରି ସହର ପରିକ୍ରମା କରିବା ସହ ଡ଼ାକବାଜି ଯନ୍ତ୍ର ଦ୍ୱରା ସଚେତନତା ବାର୍ତ୍ତା ପ୍ରଚାର କରାଯାଇଛି। ବିଭିନ୍ନ ଛକ, ବଜାର ଓ ଜନଗହଳି ସ୍ଥାନ ମାନଙ୍କରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ସାବୁନ ଦ୍ୱାରା ହାତ ସଫା କରିବା, କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା, ଜନଗହଳି ନକରିବା ପ୍ରଭୃତି ବିଷୟରେ ସଚେତନତା କରାଇଥିଲେ। ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ପଞ୍ଚସୁତ୍ରୀ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ବିଭିନ୍ନ ଅଞ୍ଚଳରେ ଏହିପରି ଜନସଚେତନତା କରିବା ସ୍ୱତ୍ତେ ଯଦି କେହି ନିୟମ ଉଲଂଘନ କରନ୍ତି ତେବେ କଠୋର ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ନିଜକୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ସହ ଆର୍ଥିକ ଦଣ୍ଡରୁ ମୁକ୍ତି ପାଇବା ପାଇଁ ସମସ୍ତେ କରୋନା କଟକଣା ନିୟଂ ମାନି ଚାଲିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here