ଚାକୁଣ୍ଡାପଲ୍ଲୀ ଠାରେ ଟ୍ରାକ୍ଟର ଓଲଟି ୨ ଗୁରୁତର

0
612

ଭଞ୍ଜନଗର(ନିଲୁ ବିଷୋୟୀ ) ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟ ଚାକୁଣ୍ଡାପଲ୍ଲୀ ଗ୍ରାମ ମୁଖ୍ୟ ସଡକ ନିକଟରେ ରାସ୍ତା କଡ଼କୁ ଏକ ଟ୍ରାକ୍ଟର ଓଲଟି ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଚାଳକ ଜଣଙ୍କ ହେଉଛି କାଳିଆପଲି ଗ୍ରାମର କାଳିଆ ଦଳେଇ ( ୩୦) ଓ ସାମାନ୍ୟ ଆହତ ହୋଇଥିବା ହେଳ୍ପର ଜଣଙ୍କ ହେଉଛି ବାବୁଲି ନାଇକ । ସୂଚନା ମୁତାବକ ଟ୍ରାକ୍ଟରଟି ବଡକୋଦଣ୍ଡା ଗ୍ରାମରୁ ତସୁ ଲୋଡ଼କରି କାଳିଆପଲି ଅଭିମୁଖେ ଯାଉଥିଲା। ଡ୍ରାଇଭର ଓ ହେଲ୍ପର ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ଚାକୁଣ୍ଡାପଲ୍ଲୀ ଗ୍ରାମ ଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ଚାଳକ ଓ ହେଲ୍ପର ଆହତ ହୋଇଥିଲେ। ଖବର ପାଇ ଦମକଳ ବାହିନୀ ପହଂଚି ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଇଥିବା ବେଳେ ଗୁରୁତର ଆହତ କାଳିଆକୁ ଡାକ୍ତର ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି। ଭଞ୍ଜନଗର ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here