ମିନି ଟ୍ରକ ଓଲଟି ୩୦ ରୁ ଉର୍ଦ୍ଧ୍ବ ଆହତ।

0
240

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) – ଗଞ୍ଜାମ ବଡଗଡ଼ ଥାନା ଅଧିନ ବୋରଦା ଗ୍ରାମ ନିକଟ ଜାମପଲ୍ଲୀ ଠାରେ ଏକ ମିନି ଟ୍ରକ ଦୁର୍ଘଟଣା ଘଟି ୩୭ ଜଣ ଆହତ ହୋଇ ସ୍ଥାନୀୟ ବଡଗଡ଼ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 13 ଜଣ ଅବସ୍ଥା ଅଧିକ ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଗୌଡ଼ଗୋଠ ବି. ନୂଆସାହି ଗ୍ରାମ ଆରୋମା ମଣ୍ଡଳଙ୍କ ପୁଅ ଦୁର୍ଗା ମଣ୍ଡଳଙ୍କ ବାହାଘର ହୋଉଥିବାରୁ ୫୦ରୁ ଉର୍ଦ୍ଧ୍ବ ବର ଘର ଲୋକେ ବାହାରି ଗଜପତି ଜିଲ୍ଲା ଝରଣ ଗ୍ରାମକୁ ବୋହୁ ଡାକିବା ପାଇଁ ଯାଉଥିବା ଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା।ଫଳରେ ଘଟଣା ସ୍ଥଳରେ ୩୭ ଜଣ ଆହତ ହୋଇଥିଲେ। ସେଥିମଧ୍ୟରୁ ୨୪ ଜଣ ପୁରୁଷ ଥିବାବେଳେ ୧୩ଜଣ ମହିଳା ରହିଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ସମସ୍ତ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ନିକଟସ୍ଥ ବଡଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର, ଏବିଡ଼ିଓ,ବଡଗଡ଼ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛନ୍ତି

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here