କବିସୂର୍ଯ୍ୟ ରକ୍ତଦାନ ସେବାସଙ୍ଘ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
298

କବିସୂର୍ଯ୍ୟନଗର(ନ୍ୟୁଜଏକ୍ସଟ୍ରା) କବିସୂର୍ଯ୍ୟ ନଗର କଲ୍ୟାଣୀ ମଣ୍ଡପ ପରିସର ରେ କବିସୂର୍ଯ୍ୟ ରକ୍ତଦାନ ସେବାସଙ୍ଘ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ର ପ୍ରତିଷ୍ଠାତା ତଥା ଶିକ୍ଷକ ସୁମନ୍ତ କୁମାର ଚର୍ଚ୍ଚି ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ କବିସୂର୍ଯ୍ୟ ନଗର ବ୍ଲକ ଅତିରିକ୍ତ ଗୋଷ୍ଠୀଶିକ୍ଷାଅଧିକାରୀ ନିରଞ୍ଜନ ସାହୁ, ସମ୍ମାନିତ ଅତିଥି ରୂପେ କବିସୂର୍ଯ୍ୟ ନଗର ର ପୂର୍ବତନ ନଗର ପାଳ ମନୋରଞ୍ଜନ ମହାପାତ୍ର, କବିସୂର୍ଯ୍ୟ ନଗର ତହସିଲଦାର ଶ୍ରୀଯୁକ୍ତ ପ୍ରକାଶ ମିଶ୍ର,କବିସୂର୍ଯ୍ୟ ନଗର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ମୁଖୀ,କବିସୂର୍ଯ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବଳୟ ଦେଉରୀ,ପୂର୍ବତନ ନଗର ପାଳିକା ତଥା ନଗର ବିଜେଡି ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ସାହୁ, ନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ , କବିସୂର୍ଯ୍ୟ ନଗର ବ୍ଲକ ଉପାଧ୍ୟକ୍ଷା ସଂଗୀତା ସ୍ୱାଇଁ, କବିସୂର୍ଯ୍ୟ ନଗର ଯୁବ ନେତା ତଥା ଯୁବ ସମାଜସେବୀ ବିକ୍ରାନ୍ତ ସାହୁ(ସିଲୁ),ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ସେବାସଂଘ ପ୍ରଶଂସା କରିବା ସହ ଆଗକୁ ଏହା କିପରି ଜିଲ୍ଲା ବାହାରେ ମଧ୍ୟ ସହାୟକ ହେଇପାରିବ ସେନେଇ ସଙ୍ଘ ର ପ୍ରତିଷ୍ଠାତା କହିଥିଲେ।ଏଥିସହିତ ଅନେକ ବ୍ୟକ୍ତିବିଶେଷ ଙ୍କୁ ସଙ୍ଘ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଛି। କାର୍ଯ୍ୟକ୍ରମ ର ଶେଷରେ କୁନି କୁନି କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ବସୁଦେବ ନାହାକ,ସୁରେଶ ଜେନା, କୁନାଲ ଦୀପ ଜେନା,ବାଲ୍ମୀକି ବିଶୋଇ, ଶ୍ରୀକାନ୍ତ ମହାରଣା, ଶିକ୍ଷକ ଦିବାକର ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସଙ୍ଘ ର ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରତିଷ୍ଠାତା ଶ୍ରୀ ଚର୍ଚ୍ଚି ଙ୍କୁ “ଈଶା ନ୍ୟୁଜ ଓଡ଼ିଆ “ପରିବାର ପକ୍ଷରୁ ହସ୍ତକଳା ଶିଳ୍ପୀ ଙ୍କ ଦ୍ୱାରା ନିର୍ମିତ ଉପହାର ଶ୍ରୀ ସନ୍ୟାସୀ ମହାରଣା ପ୍ରଦାନ କରିଥିଲେ. କାର୍ଯ୍ୟକ୍ରମ କୁ ରତ୍ନାକର ଶିୟ ସଂଯୋଜନା କରିଥିଲେ

ରିପୋର୍ଟ :ବାସୁଦେବ ନାହାକ

LEAVE A REPLY

Please enter your comment!
Please enter your name here