ପୁଣି କରୋନା… ପାରଳାଖେମୁଣ୍ଡି ବିରାଜମାନ ଦିନରେ ୪ ଆକ୍ରାନ୍ତ

0
345

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରେ ପୁଣି ଫେରିଥିବା ସୂଚନା ମିଳିଛି। ଆଜି ଗୋଟିଏ ଦିନରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି ଗୋଟିଏ ଦିନରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ୪ ଜଣଙ୍କୁ ମିଶାଇ ଗଜପତି ଜିଲ୍ଲାରେ ମୋଟ ୪୦୯୨ ଜଣ କରୋନାରେ ଆକ୍ରନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରେସ୍ ବିଜ୍ଞାପନ ମାଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ସ୍ମରଣ ଯୋଗ୍ୟ ଯେ, କରୋନା ପାଇଁ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ସାରା ଦେଶରେ କଟକଣା ଆରମ୍ଭ ହୋଇଥିଲା । ହେଲେ ଲୋକେ କିଛି ଭାବିବା ପୂର୍ବରୁ ଗୃହବନ୍ଦୀ ହୋଇ ରହିବାକୁ ନିୟମ ଲାଗିଲା । କାମଧନ୍ଦା ବନ୍ଦ ହୋଇଗଲା । ଯାତାୟତ କଟକଣା ଲାଗୁ ହୋଇ ଯାଇଥିଲା । ହଠାତ୍ ରୋଜଗାର ହରାଇ ସାଧାରଣ ଲୋକେ ବିଚଳିତ ହୋଇ ପଡିଥିିବା ବେଳେ। ଗଜପତି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଲୋକଙ୍କୁ ସୁରକ୍ଷା ରେ ରଖିଥିଲା । କରୋନାର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ପ୍ରଶାସନିକ କଟକଣା ଓ ସରକାରଙ୍କ ଘନଘନ ସଚେତନତା ସତ୍ତ୍ୱେ କରୋନାରେ ଆକ୍ରାନ୍ତ ହୋଇ ଗତବର୍ଷ ଜିଲ୍ଲାରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ୪୦୯୨ ହେଲାଣି । ଅନେକ ଗରିବ ଶ୍ରେଣୀର ଲୋକ ସେମାନଙ୍କ ଜୀବନ ଜୀବିକା ହରାଇଥିଲେ । ବ୍ୟବସାୟୀଙ୍କ ରୋଜଗାରରେ ବାଧା ସୃଷ୍ଟି ହୋଇ ଯାଇଥିଲା । ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ବାଧା ପ୍ରାପ୍ତ ହୋଇଥିଲା । ଶତାଧିକ ପ୍ରବାସୀ କାମଧନ୍ଦା ହରାଇ ଭିଚାମାଟିକୁ ଫେରି ଆସିଥିଲେ । ଜିଲ୍ଲା ପ୍ରଶାସନର ଅକ୍ଳାନ୍ତ ପରିଶ୍ରମ ପାଇଁ ଗଜପତି ଜିଲ୍ଲା ଅନ୍ୟ ଜିଲ୍ଲା ଅପେକ୍ଷା ବିଶେଷ କ୍ଷତିଗ୍ରସ୍ତ ହୋଇନଥିଲା । ଗଜପତି ଜିଲ୍ଲାପାଳ ଅନୁପମ ଶାହା ମଧ୍ୟ ଖୋରଧା ଆକ୍ରାନ୍ତ ହୋଇ ୪୫ ଦିନ ଛୁଟିରେ ଥିଲେ । କରୋନାରେ ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ କେତେକ ପଦସ୍ଥ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ପୂର୍ବତନ ନଗରପାଳ ପିନିଣ୍ଟି କ୍ରିଷ୍ଣା, ସମାଜସେବୀ ମୀନାକ୍ଷୀ ସାହୁ, ସାମ୍ବାଦିକ କେସିଏଚ୍ ରତ୍ନମ୍ ଓ ନବିନାନନ୍ଦ ଗନ୍ତାୟତଙ୍କ ପରି କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଥିଲେ । ଜିଲ୍ଲାପାଳ ଶ୍ରୀ ଶାହାଙ୍କ ନେତୃତ୍ୱ ସାଙ୍ଗକୁ ଜିଲ୍ଲାର ସମସ୍ତ ଡାକ୍ତର, ପ୍ରଶାସନିକ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା, ସଫେଇ କର୍ମୀ, ପୋଲିସ, ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସି ଥିବା ବେଳେ । ପରିଶେଷରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିଲେ । ବର୍ତ୍ତମାନ ପୁଣି କରୋନା ପୁନରାବୃତ୍ତି ହୋଇଥିବା। ସମଗ୍ର ଦେଶର ବିଭିନ୍ନ ଅଞ୍ଚଳରେ କରୋନା ମାଡି ଚାଲିଥିବା ବେଳେ ଓଡିଶାର କେତେକ ଜିଲ୍ଲାରେ ମଧ୍ୟ ଏହା ଗ୍ରାସ ହେବାରେ ଲାଗିଲାଣି । ଆମ ଗଜପତି ଜିଲ୍ଲାରେ ଆଜି ଗୋଟିଏ ଦିନରେ ହଠାତ ୪ଜଣ କରୋନାରେ ଚିହ୍ନଟ ହୋଇଛନ୍ତି । ଗଜପତି ପ୍ରଶାସନ ଏନେଇ ସମ୍ପୂର୍ଣ୍ଣ ଭାବେ ସଜାଗ ରହି ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଲୋକେ ସାମାଜିକ ଦୂରତା, ମାସ୍କ ବ୍ୟବହାର, ବାରମ୍ବାର ହାତ ଧୋଇବା ଏବଂ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନ ବାହାରିବା ଆଦି ନେଇ ଗଜପତି ପ୍ରଶାସନ ତରଫରୁ ଜିଲ୍ଲାପାଳ ଅନୁପମ ଶାହା ଗଜପତିବାସୀଙ୍କୁ ବିନମ୍ର ଅନୁରୋଧ କରି ଗଣମାଧ୍ୟମ ଙ୍କ ଜରିଆରେ ଜଣାଇଛନ୍ତି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here