ରାଧାକୃଷ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଆର୍ ଚଣ୍ଡିପଦର ଟିମ୍ ଚମ୍ପିୟାନ

0
367

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା) କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ପଞ୍ଚାୟତର ମାର୍ଥାପଲ୍ଲୀ ଗ୍ରାମରେ ଗତ ଫେବୃଆରୀ ୨୩ ତାରିଖରେ ଆରମ୍ଭ ହୋଇଥିବା କ୍ରିକେଟ ମ୍ୟାଚ ଶନିବାର ଅପରାହ୍ନ ସାଢ଼େ ୪ଟା ସମୟରେ ଉଦଯାପିତ ହୋଇଯାଇଛି। ମାର୍ଥାପଲ୍ଲୀ ଗ୍ରାମର ଯୁବ ସଂଘ ପକ୍ଷରୁ ଶ୍ରୀ ରାଧାକୃଷ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଥିଲା।ଉଦଯାପନି ଦିବସର ଫାଇନାଲ ମ୍ୟାଚରେ ଆର ଚଣ୍ଡୀପଦର ଟିମ୍ ସହ ଲକ୍ଷ୍ମୀପୁର ଟିମ୍ ମଧ୍ୟରେ ଏକ ୧୨ ଓଭର ମ୍ୟାଚ ଆୟୋଜିତ ହୋଇଥିଲା।ଏଥିରେ ରେଗିଡି ଚଣ୍ଡୀପଦର ଟିମ୍ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ଖେଳି ୫ ୱିକେଟ ବିନିମୟରେ ୮୯ ରନ୍ କରିବାରେ ସମର୍ଥ ହୋଇଥିଲା।ତେବେ ବିଜୟ ଲକ୍ଷ ନେଇ ଦ୍ୱିତୀୟ ଇଂନିଂସରେ ପଡିଆକୁ ଓଲ୍ଲାଇ ଥିବା ଲକ୍ଷ୍ମୀପୁର ଟିମ୍ ନିର୍ଦ୍ଧାରିତ ଓଭର ଖେଳି ୮ ୱିକେଟ ବିନିମୟରେ ୫୯ ରନ୍ କରିବାରେ ସମର୍ଥ ହୋଇଥିଲା।ଯାହା ଫଳରେ ରେଗିଡି ଚଣ୍ଡୀପଦର କ୍ରିକେଟ ଟିମ୍ ଚମ୍ପିୟାନ ହେବାରେ ସଫଳ ହୋଇଥିଲା। ତେବେ ଏହି ଉଦଯାପନୀ ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ କୁମାର ମଲଣା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ଚାହିତ କରିବା ସହ ଚମ୍ପିୟାନ ହୋଇଥିବା ଆର୍ ଚଣ୍ଡୀପଦର ଟିମ୍ କୁ ଟ୍ରଫି ସହ ୧୦ହଜାର ଟଙ୍କା ପୁରସ୍କୃତ କରିଥିଲେ।ସେହିଭଳି ରନେର ହୋଇଥିବା ଲକ୍ଷ୍ମୀପୁର ଟିମ୍ କୁ ଟ୍ରଫି ସହ ୭ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା।ଆଜିର ଏହି ଫାଇନାଲ ମ୍ୟାଚରେ ଆର ଚଣ୍ଡୀପଦର ଟିମ୍ ର ଲକିକୁ ମ୍ୟାନ ଅପ୍ ଦି ମ୍ୟାଚ ଭାବେ ଘୋଷିତ କରାଯାଇଥିଲା।ଏହି ମ୍ୟାଚରେ ସମୁଦାୟ ୧୬ଟି ଟିମ୍ ଭାଗ ନେଇଥଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ଏ.ଜୟନ୍ତ,ଏମ୍.ରବି,କେ.ଗୋପାଳ,ଜି.ଗୋପାଳ,ଜି.ସନ୍ତୋସ,ଦିବାକାର,ବି.ରମାକାନ୍ତ,ପି. କ୍ରିଷ୍ଣା,ସୁଦାମ ସ୍ବାଇଁ,ଏମ୍. ପର୍ଶୁରାମ,ରୁଲୁ ସେଠି, ମୁନା ବରଡ଼, ଘନ ଦାସ,କୁନା ସାହୁ ଓ ରବିଙ୍କ ସମେତ ଗ୍ରାମର ଅନ୍ୟ ଯୁବକମାନେ ଉପସ୍ଥିତ ରହି ସହଯୋଗ କରିବା ସହ ମ୍ୟାଚ ପରିଚାଳନା କରିଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here