ଗଞ୍ଜେଇ ସହ ଅଟୋ ଜବତ ; ୫ଗିରଫ

0
449

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକରେ ଗତକାଲି ପୁଲିସ ଚଢ଼ାଉ କରି ୩୦କେଜିରୁ ଉର୍ଦ୍ଧ୍ବ ଗଂଜେଇ ଓ ଏକ ଅଟୋ ଜବତ କରିବା ସହ ୫ଜଣ ଙ୍କୁ ଗିରଫ କରିଛି। ଭଞ୍ଜନଗର ଥାନା ଏସଆଇ ସମୀର କୁମାର ବେହେରା ସଦଳବଳ ପେଟ୍ରୋଲିଂ କରୁଥିବା ବେଳେ ବଡ଼କୋଦଣ୍ଡା ଛକ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ। ଏକ ଅଟୋ ଯୋଗେ ଚାରିଜଣ ଯୁବକ କନ୍ଧମାଳରୁ ୨ବସ୍ତା ଗଞ୍ଜେଇ ଆଣି ଦେଉଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ କରିଥିଲା। ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଫିରିଙ୍ଗିଆ ଥାନା ମନୁଆବାଡ଼ି ଗ୍ରାମର ଲିପୁନ ଦିଗାଲ,ସୀମାଞ୍ଚଳ ଦେହୁରୀ,ସାରଙ୍ଗଗଡ଼ ଥାନା ମୁଣ୍ଡା ସାହିର ଅନିଲ ପ୍ରଧାନ,କେଲିବାଲି ଗ୍ରାମର ମଣ୍ଟୁ ଦିଗାଲ ଓ ଭଞ୍ଜନଗର ଥାନା ବଡକୋଦଣ୍ଡା ଗ୍ରାମର ପ୍ରଦୀପ ପ୍ରଧାନ ଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ଫୁଲବାଣୀ ରୁ ଭଞ୍ଜନଗର ବ୍ୟବସାୟ ଉଦ୍ଦେଶ୍ୟ ଗଞ୍ଜେଇ ଚାଲାଣ କରୁଥିବା ନେଇ ଜଣାପଡିଛି। ଏ ନେଇ ଭଞ୍ଜନଗର ଥାନା କେସ ନମ୍ବର ୧୨୯/୨୧ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here