ବାପାର ତଣ୍ଟି କାଟିଥିବା ପୁଅକୁ କୋର୍ଟ ଚାଲାଣ

0
335

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ବ୍ୟାଘ୍ରଦେବୀ ସାହିରେ ଚଳିତ ମାସ ୮ ତାରିଖ ଅପରାହ୍ନରେ ବାପା ସୁରେନ୍ଦ୍ର ପ୍ରଧାନ(୫୫)ଙ୍କୁ ତାଙ୍କର ଏକମାତ୍ର ପୁଅ ଧୋବା ପ୍ରଧାନ(୨୨) ଏକ ଧାରୁଆ ଛୁରୀରେ ତଣ୍ଟି କାଟି ଦେଇ ପଳାଇ ଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାହି ଲୋକେ ସୁରେନ୍ଦ୍ର ପ୍ରଧାନଙ୍କୁ ବୁଗୁଡା ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଆହତ ସୁରେନ୍ଦ୍ର ପ୍ରଧାନଙ୍କ ଝିଅ ଚାନ୍ଦିନୀ ପ୍ରଧାନଙ୍କ ଅଭିଯୋଗ କ୍ରମେ ବୁଗୁଡା ଥାନା କେଶ ନଂ ୨୯୨/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇ ଆସାମୀ ପୁଅ ଧୋବା ପ୍ରଧାନଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ସବ ଇନ୍ସପେକ୍ଟର କାର୍ତ୍ତିକ ନାୟକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here