ବିଭୁତି ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

0
316

ପୋଲସରା( ନ୍ୟୁଜ ଏକ୍ସଟ୍ରା ) ପୋଲସରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଠାରେ ଏପ୍ରିଲ ୦୧ ତାରିଖ ଦିନ ଜନ କଲ୍ୟାଣ ଯୁବସଙ୍ଘ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ବିଭୁତି ସ୍ମାରକୀ ଭଳିବଲ ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଯୁବ ସମାଜ ସେବୀ ନିଲୁ ବାବୁଙ୍କ ମାମୁଁ ସମାଜସେବୀ ସ୍ବର୍ଗତ ବିଭୁତି ଭୂଷଣ ସାହୁଙ୍କ ସ୍ମାରକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ପବିତ୍ର ଉତ୍କଳ ଦିବସରେ ଶୁଭାରମ୍ଭ ହୋଇଛି। ଉଦଘାଟନୀ ମ୍ୟାଚ ପୁରୁଷୋତ୍ତମପୁର ଟିମ୍ ଓ ପୋଲସରା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଖବର ଲେଖା ସୁଦ୍ଧା ମ୍ୟାଚ ଚାଲିଥିବା ଜଣାପଡ଼ିଛି। ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟାନ୍ୟ ଅତିଥି ବୃନ୍ଦ ହେଲେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ମୋତି ରାମ ସାହୁ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ସରପଞ୍ଚ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ। ଜନ କଲ୍ୟାଣ ଯୁବସଙ୍ଘ ସଦସ୍ୟ ବୃନ୍ଦ ପରିଚାଳନା ରେ ସହଯୋଗ କରୁଥିବା ଦେଖାଦେଇଛି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here