ନବବଧୁକୁ ହତ୍ୟା ସ୍ୱାମୀ ଅଟକ

0
362

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ସୋରିଷବିଲି ଗ୍ରାମରେ ଅଭାବନୀୟ ଘଟଣା। ସ୍ତ୍ରୀର ତଣ୍ଟିରେ ଶାବଳ ଚାପି ମାରିଲା ସ୍ୱାମୀ।ମୃତକ ହେଲେ ରିଙ୍କି ସ୍ୱାଇଁ।ସେ ଗଲା ଦୁଇ ବର୍ଷ ତଳେ ସୋରିଶବିଲି ଗ୍ରାମର ଧାରୀନ୍ଦ୍ର ସ୍ୱାଇଁ ଙ୍କୁ ବିବାହ କରିଥିଲେ।ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ହତ୍ୟା କରିଥିବା କହିଛନ୍ତି ଝିଅର ପରିବାର ଲୋକେ।ଖବର ପାଇ ଝିଅ ଘର ପରିବାର ଲୋକେ ଆସି ସୋରଡ଼ା ଥାନା ରେ ଏତଲା ଦେବାପରେ ପୋଲିସ ପହଞ୍ଚି ମୃତ ଦେହ କୁ ଜବତ କରିଛି। ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here