ମୋହନାରେ ଟ୍ରାଫିକ୍ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି

0
311

ମୋହନା(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲା ମୋହନା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଚିନ୍ତାର କାରଣ ହୋଇପଡିଛି। ସହରରେ ମାଳ ମାଳ ଗାଇ, ଗୋରୁ, ଛେଳି , ବୁଲା କୁକୁର ଓ କିଛି ଅମାନିଆ ବ୍ୟବସାୟୀ ନିଜ ବ୍ୟବସାୟ କରିବା ପାଇଁ ଜାତୀୟ ରାଜପଥ କୁ ମଧ୍ୟ ଆକ୍ରମଣ କରିବାରେ ପଛଉଞ୍ଚା ଦେଉନଥିବା ଦେଖିବାକୁ ମିଳୁଛି। ଅଧିକାଂଶ ସମୟରେ ମୋହନା ସହରରେ ଦୁର୍ଘଟଣା ଘଟି ଜନସାଧାରଣ ଗୁରୁତର ହେଉଥିବା ନଜିର ମଧ୍ୟ ରହିଛି। ଯାହା ଫଳରେ ସାଧାରଣ ଲୋକ, ସ୍କୁଲ, କଲେଜର ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ଦେଖା ଦେବାରେ ଲାଗିଛି। ସହର ଦେଈ ଯାଇଥିବା ଜାତୀୟ ରାଜପଥ ୩୨୬ ରାସ୍ତା ମଝିରେ ଗାଇ, ଗୋରୁ, ଛେଳି, ବୁଲାକୁକୁରଙ୍କ ସହିତ ଚାରି ଚକିଆ ଓ ଦୁଇ ଚକିଆ ଗାଡି, ଅଟୋ, ସାଇକେଲ, ଉଠା ଦୋକାନୀ ଏବଂ ପରିବା ଦୋକାନୀମାନେ ରାସ୍ତା ଅବରୋଧ କରୁଥିବାରୁ ରାସ୍ତା ପାର ହେବା, ଗାଡି ଅତିକ୍ରମ କରିବା ସମ୍ଭବ ପର ହେଉନାହିଁ। ମୋହନା ସହର ରେ ଥିବା ପାଣ୍ଡା ଛକ, ଉପର ବସଷ୍ଟାଣ୍ଡ ଛକ, ଥାନା ସମ୍ମୁଖ ଭାଗ, ବ୍ଳକ ଛକ, ତହସିଲ ଛକ, ହାଇସ୍କୁଲ୍ ଛକ ଆଦି ନିକଟରେ ଗୃହ ପାଳିତ ପଶୁଙ୍କ ସମେତ ବୁଲା କୁକୁର ଓ କିଛି ଉଠା ଦୋକାନୀ ଯୋଗୁଁ ସହର ରେ ଏଭଳି ସମସ୍ୟା ଦେଖା ଯାଉଛି ବୋଲି ବୋଲି ବୁଦ୍ଧି ଯିବୀ ମହଲ ରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ଏଥିପ୍ରତି ମୋହନା ଉଚ୍ଚ କର୍ତୁପକ୍ଷ ହେଉ କି ସ୍ଥାନୀୟ ପୋଲିସ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହୋଇଛି।

ରିପୋର୍ଟର- ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here