ଠିଆ ହୋଇଥିବା ଟ୍ରକରେ ପିଟିହେଲା ଲୁନା , ଦୁଇ ମୃତ

0
454

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ପୁର୍ଲା ଛକରେ ଏକ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ରାଇଘରୁ ଜେକେପୁର ଅଭିମୁଖେ ଯାଉଥିବା ଏକ ନୀଳଗିରି କାଠ ବୋଝେଇ ଟ୍ରକ୍‌ ( ଓଆର ୨୪ବି ୪୧୯୨ ) ଗତକାଲି ପୁର୍ଲା ଛକରେ ଖରାପ ହୋଇ ଯାଇଥିଲା । ତେଣୁ ଡ୍ରାଇଭର ଗ୍ରଙ୍କୁ ସେଠାରେ ଛାଡ଼ି ଦେଇଥିଲେ । ଆଜି ଡାବୁଗାଁ ଥାନା ଅନ୍ତର୍ଗତ କାମତା ଗ୍ରାମର ପଦମ ଗୌଡ଼ ( ୪୦ ) ଓ ମଧୁ କୁର୍ମା ( ୬୦ ) କୌଣସି କାମରେ ଏକ ଲୁନା ଗାଡ଼ି ( ଓଡି ୨୪ଏଫ ୭୧୧ ) ରେ ଉମରକୋଟ ଆସିଥିଲେ । କାମ ସାରି ଉଭୟ ଫେରିବା ସମୟରେ ରାତି ପ୍ରାୟ ୮ଟାରେ ପୁର୍ଲା ଛକରେ ଗତକାଲି ଠାରୁ ଠିଆ ହୋଇଥିବା ନୀଳଗିରି ବୋଝେଇ ଟ୍ରକ୍ ପଛପଟେ ଲୁନା ଗାଡ଼ି ପିଟି ହୋଇ ଯିବାରୁ ଘଟଣା ସ୍ଥଳରେ ହିଁ ପଦମ ଓ ମଧୁଙ୍କ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ଉମରକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଉମରକୋଟ ହସିଟାଲ୍‌ରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡା . ସବ୍ୟସାଚୀ ଦାସ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉମରକୋଟ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here