ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

0
249

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ଜକର ଗ୍ରାମ ପାଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଡିସେମ୍ବର ୨୫ ତାରିଖ ଦିନ ପୋଲସରା ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ନିୟମ ପ୍ରକାରେ ସମସ୍ୟାର ସମାଧାନ କରିବାକୁ ସରକାରୀ କର୍ମଚାରୀ ବୃନ୍ଦଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ହରିଚ୍ରନ୍ଦ୍ର ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ରାସନ କାର୍ଡ଼, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ବିଭିନ୍ନ ସମସ୍ୟାକୁ ନେଇ ବହୁ ସଂଖ୍ୟକ ମହିଳା ଓ ପୁରୁଷ ମାନେ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ବିଗତ ଦିନରେ ମୃତ୍ୟୁବରଣ କରିଥିବା ପରିବାରର ବର୍ଗଙ୍କୁ ହରିଚ୍ରନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ରାଶି ବିଧାୟକ ଶ୍ରୀ ସାହୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିପିଓ ଗୋପବନ୍ଧୁ ବେହେରା, ପିଇଓ ଗୌରାଙ୍ଗ ଦଳାଇ, ସରପଞ୍ଚ ଶଙ୍କର ସେଠୀ , ସମିତି ସଭ୍ୟ ରୀତା ନାୟକଙ୍କ ସମେତ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀସାହୁଙ୍କ ଏଭଳି ଜନଶୁଣାଣୀ କାର୍ଯ୍ୟକ୍ରମକୁ ସମସ୍ତ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here