ପୋଲସରା ଆରକ୍ଷୀ ନିରୀକ୍ଷକ ପୁରସ୍କୃତ

0
345

ପୋଲସରା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ (ଆଇଆଇସି) ଜିତେନ୍ଦ୍ର କୁମାର ମଲ୍ଲିକ ନିଜର ଉତ୍ତମ କାର୍ଯ୍ୟକଳାପ ପାଇଁ ପୁରସ୍କୃତ ହୋଇଥିବା ନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାଏ ଟ୍ୱିଟ କରି ପ୍ରକାଶ କରିଛନ୍ତି । ନିଜ ଟ୍ୱିଟରେ ଏସପି ଶ୍ରୀ ରାଏ ପ୍ରକାଶ କରିଛନ୍ତି ଯେ ପୋଲସରା ଆଇଆଇସି ଶ୍ରୀ ମଲ୍ଲିକଙ୍କ ଉତ୍ତମ କାର୍ଯ୍ୟ ବା ଅବଦାନ ନିଶ୍ଚିତ ଭାବେ ଦୃଷ୍ଟାନ୍ତ ମୂଳକ ଉଦାହରଣ ହୋଇ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ଏହି ପୁରସ୍କାର ପାଇଁ ଶ୍ରୀ ମଲ୍ଲିକଙ୍କୁ ଭବିଷ୍ୟତର ଉତ୍ତମ କାର୍ଯ୍ୟପନ୍ଥା ପାଇଁ ଉତ୍ସାହିତ କରବ ଏଥିରେ ସନ୍ଦେହ ନାହିଁ। ଶ୍ରୀ ମଲ୍ଲିକ ପୁରସ୍କୃତ ହୋଇଥିବା ଯୋଗୁଁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ବୁଦ୍ଧିଜୀବୀ ବୃନ୍ଦ ଜଣେ ଉତ୍ତମ ପୋଲିସ ଅଧିକାରୀ ଶ୍ରୀ ମଲ୍ଲିକ ଙ୍କ ପାଇଁ ଗର୍ବ ଅନୁଭବ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here