ଶ୍ରୀଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

0
426

ମୋହନା(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ମୋହନା ବଣିକ ସଂଘ ପକ୍ଷରୁସ୍ଥାନୀୟ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସର୍ବ ସମତି କ୍ରମେ ସଂଘ ରେ ପରିଚାଳନା କମିଟି ନୂତନ ଭାବେ ଗଠନ କରାଯାଇଥିଲା। ସଂଘର ସଭାପତି ଭାବେ ମନୋଜ କୁମାର ସାହୁ ସଭାପତି ହୋଇଥିବା ବେଳେ, ପ୍ରକାଶ ଚନ୍ଦ୍ର ସାହୁ ଉପସଭାପତି, ସମ୍ପାଦକ ହନି ବିଷୋୟୀ, ଦଣ୍ଡସି ସାହୁ ମୁଖ୍ୟ ଉପଦେଷ୍ଟା ଓ ବାବୁ ଚୌଧୁରୀ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ସଭାପତି ମନୋଜ ସାହୁ ମୋହନା ସହର ର ବ୍ୟବସାୟୀ ମାନଙ୍କୁ କହିଥିଲେ ଆଗାମୀ ଦିନରେ ମୋହନା ସହର ର ସମସ୍ୟା ଦୂରୀକରଣ କରିବା ଓ ସହର ସ୍ୱଚ୍ଛ ରଖିବା। ଓ ପ୍ରତେକ ମାସ ର ଶେଷ ରବିବାର ସହର
ର ସମସ୍ତ ଦୋକାନ ବନ୍ଦ ରଖିବା ବୋଲି ସମସ୍ତ ବ୍ୟବସାୟୀ ଙ୍କୁ କହିଥିଲେ ଓ ସମସ୍ତ ବ୍ୟବସାୟୀ ମାନେ ସମର୍ଥନ କରି ଥିଲେ

ରିପୋର୍ଟର-ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here