ଜୀବନ ର ରଙ୍ଗ

0
646

ମନୁଷ୍ୟ ଜୀବନ ର ଅୟମାରମ୍ଭ ରୁ ଶେଷ ପର୍ଯ୍ୟାୟ ଯାଏ ଅବୀର ର ରଙ୍ଗ ସହ ତୁଳନା କରି ହୋଲି ଉପଲକ୍ଷେ ମୋର ଏହି କବିତା

ଅଵୀର ର ରଙ୍ଗ ରେ ରଙ୍ଗାୟିତ
ଜୀବନ ର ଧାରା

ଶୁଭ୍ର ରଙ୍ଗ ରେ ପରିପୂର୍ଣ
ଭୂମିଷ୍ଠ ଶିଶୁ ର ମନ

ମନ ଗହନ ର
ସବୁଜ ରଙ୍ଗର ଉଦ୍ୟାନ ରେ

ନୀଳ ପ୍ରଜାପତି ପଛେ ଧାବମାନ
କିଶୋରୀ ଵୟସ ର
ଆଗମନ……….

ଗୋଲାପୀ ରଙ୍ଗ ର
ସ୍ଵପ୍ନ ବିଭୋରା
ପ୍ରେମ ରେ ଉବୁଟୁବୁ
ନବଯୌବନା

ସତେ ଅବା……………

ଫଗୁଣ ର ସାତ ରଙ୍ଗ ରେ
ସିକ୍ତ ହୃଦୟ

ନାଲି ରଙ୍ଗର ଅଳତା ନାଇଁ
ପାଦ ଥାପେ ମନ ଏକ
ନୁଆ ଜୀବନରେ………

ଜୀବନ ସଂଗ୍ରାମ ଶେଷ ରେ………..

ଅତୀତର ସ୍ମୃତି
ଲୁଚକାଳି ଖେଳେ
ଜୀବନ ର ସାୟାହ୍ନ ରେ

ଧୂସର ରଙ୍ଗର ମନ
ପରିଧାନ କରେ ପୀତ ବସ୍ତ୍ର ରେ

ପରିଶେଷରେ………..

ଅବୀର ବୋଳା ଜଡ ଶରୀର
ଗମନ କରେ
କାଳ ର କରାଳ
ଗର୍ଭ ରେ

ବବିତା ପାତ୍ର

LEAVE A REPLY

Please enter your comment!
Please enter your name here