ପୁରାତନ ଛାତ୍ର ସଂଗଠନ କାର୍ଯ୍ୟକାରିଣୀ କମିଟିର ଉତ୍କଳ ଦିବସ ପ୍ରସ୍ତୁତି ବୈଠକ

0
334

ବେଲଗୁଣ୍ଠା(ନ୍ଯୂଜ଼ ଏକ୍ସଟ୍ରା) ଆସନ୍ତା ଉତ୍କଳ ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନ କାର୍ଯ୍ୟକାରିଣୀ କମିଟି ସଦସ୍ୟ ମାନଙ୍କର ମହାବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଛାତ୍ର ସଂଗଠନ ସଭାପତି ଗୋରାଚାନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଦିବ୍ୟଲୋଚନ ବିଶ୍ୱାଳ, ଦୁଇ ଯୁଗ୍ମ ସମ୍ପାଦକ ଚିନ୍ମୟ ପୋଲାଇ ଓ ସ୍ଵସ୍ତି ସୁନ୍ଦର ସିୟ,ଉପସଭାପତି ଶିଶିର କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ଉପଦେଷ୍ଟା ଅଧ୍ୟାପକ ଡକ୍ଟର୍ ରାଜେନ୍ଦ୍ର ପ୍ରସାଦ ଡାକୁଆ, କମିଟି ସଦସ୍ୟ ତରଣୀସେନ ସେଠୀ, ସୂର୍ଯ୍ୟ ନାରାୟଣ ସାହୁ ଏବଂ ଅଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଉତ୍କଳ ଦିବସ ପାଳନ ଉପରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମ ଆରମ୍ଭରେ ମହାବିଦ୍ୟାଳୟର ଦିବଂଗତ ଅଧ୍ୟକ୍ଷ ଅମୂଲ୍ୟ ଦାସ ଏବଂ ଅଧ୍ୟାପକ ଡକ୍ଟର୍ ପ୍ରଦୀପ କୁମାର ତ୍ରିପାଠିଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I ସହ ସମ୍ପାଦକ ଚିନ୍ମୟ ପୋଲାଇ ଗତ ବୈଠକର ବିବରଣୀ ପାଠ କରିବା ଆସନ୍ତା ଉତ୍କଳ ଦିବସରେ ଦିବଂଗତ ଅଧ୍ୟକ୍ଷ ସ୍ଵର୍ଗତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଅମୂଲ୍ୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଗ୍ରହ ଅନୁଷ୍ଠିତ ହେବାକୁ ଥିବା ସଙ୍ଗୀତ,ତର୍କ ଏବଂ ବକ୍ତୃତା ପ୍ରତିଯୋଗିତା ନିମନ୍ତେ ଶିକ୍ଷା ଅନୁଷ୍ଠାନମାନଙ୍କ ସହ ଯୋଗାଯୋଗ, ପ୍ରତିଯୋଗୀଙ୍କ ତଥ୍ୟ ସଂଗ୍ରହ ଏବଂ ପଞ୍ଜୀକରଣ , ପ୍ରତିଯୋଗିତାର ସମୟ ନିର୍ଦ୍ଧାରଣ ତଥା ବିଚାରକ ମଣ୍ଡଳୀ ଚୟନ,ଅନ୍ୟାନ୍ୟ ଦାୟିତ୍ୱ ବଣ୍ଟନ ଉପରେ ଆଲୋଚନା କରାଯିବା ସହ ଉତ୍କଳ ଦିବସ ଉପଲକ୍ଷେ ଅନୁଷ୍ଠିତ ଉତ୍କଳ ଦିବସ ଓ ଆଜିର ଓଡ଼ିଶା ଶୀର୍ଷକ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରିତ ଅତିଥିଙ୍କ ଅତିଥିମାନଙ୍କ ସହ ଯୋଗାଯୋଗ କରିବା ପାଇଁ ନିଷ୍ପତି ନିଆଯାଇଥିଲା I ସୂଚନା ଥାଉକି ଆସନ୍ତା ଏପ୍ରିଲ ଏକ ତାରିଖରେ ପୂର୍ବାହ୍ଣ ଆଠ ଘଟିକା ସମୟରୁ ପ୍ରତିଯୋଗିତା ଗୁଡ଼ିକ ଆରମ୍ଭ ହେବାକୁ ଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ପଞ୍ଜୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି ବୈଠକରେ ସ୍ଥିର କରାଗଲା I ଆଜିର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ କର୍ମଚାରୀ ପଦ୍ମ ଚରଣ ଏବଂ ଅଶ୍ରୂଲ ସହଯୋଗ କରିଥିବା ବେଳେ କମିଟି ଉପସଭାପତି ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here