ସରକାରୀ ସ୍କୁଲରେ ନାମଲେଖା ନିମନ୍ତେ ପ୍ରଧାନ ଶିକ୍ଷକ ଜଣକ ପିଛା ଆଦାୟ କରୁଛନ୍ତି ଦୁଇ ହଜାର

0
264

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡା ବ୍ଲକ ର ଏସ୍ କରଡାସିଂ ସ୍କୁଲର ପ୍ରଧାନ ଶିକ୍ଷକ ଙ୍କ ସ୍କୁଲ ବ୍ୟବସାୟ ଯାହା କି ନିଜର ଘରୋଇ ଟିଉସନ ଭାବରେ ଦେଖିବାକୁ ମିଳିଛି ଯାହା କି ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ରାଜ୍ୟ ସରକାର ଯେଉଁ ସ୍ୱପ୍ନ ଦେଖିଛନ୍ତି ଏବଂ ସେମାନଙ୍କୁ ସରକାର ମାଗଣା ଶିକ୍ଷା ଯୋଗାଇଦେବା ସହ ମାଗଣା ରହିବା, ଖାଇବା, ଏବଂ ଷ୍ଟାଇପେଣ୍ଡ ଟଙ୍କା ଦେବା ଭଳି ଅନେକ ଯୋଜନା କରିବା ଦ୍ୱାରା ଗରିବ ଆଦିବାସୀ ପିଲାମାନେ ଭଲ ପାଠ ପଢି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲା ଭଲଭାବରେ ଶିକ୍ଷା ଅର୍ଜନ କରି ଭଲମନୁଷ୍ୟ ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କୁ ନେଇ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ କିଛି ଶିକ୍ଷକ ସରକାରଙ୍କର ଏହି ମହତ ଉଦ୍ଦ୍ୟେଷକୁ କିଭଳି ଭଣ୍ଡୁର କରିବେ ଏବଂ ସରକାରଙ୍କୁ ବଦନାମ କରି ସେଥିରୁ କିଭଳି ଫାଇଦ ପାଇବେ ସେଥିପାଇଁ ଗରିବ ଆଦିବାସୀ ଅଧ୍ୟୁଷିତ ଲୋକଙ୍କଠାରୁ ହରିଲୁଟ କରି ବସିଛନ୍ତି ପ୍ରଧାନ ଶିକ୍ଷକ। ସରକାରି ସ୍କୁଲରେ ପ୍ରଥମ ଶ୍ରେଣିରେ ଛାତ୍ରଛାତ୍ରୀ ମାନେ ନାମଲେଖାଇବା ପାଇଁ ସ୍କୁଲ କୁ ଗଲେ ସେଠାରେ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କୁ ମାଗୁଛନ୍ତି ଦୁଇ ହଜାର ଟଙ୍କା ପ୍ରତ୍ୟେକ ପିଲାଙ୍କ ପ୍ରତି ନଚେତ ପିଲାଙ୍କୁ ନାମ ଲେଖାରୁ ବାଦ କରାଯିବ ବୋଲି କହୁଥିବା ଏପରି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକର ଏସ. କରଡାସିଂର କିଛି ଅଭିଭାବକ ଓ ଅଞ୍ଚଳ ବାସିନ୍ଦା ।
ଓଡିଶା ଶିକ୍ଷା ଅଧିକାର ଆଇନ ଓ ଶିକ୍ଷାର୍ଥୀଙ୍କୁ ମାଗଣା ଶିକ୍ଷା, ମାଗଣା ପୁସ୍ତକ ପୋଷାକ ବଣ୍ଟନର ଲମ୍ବାଚୌଡା ଦାବି କରୁଥୁବା ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅସଲ ଚିତ୍ର ଗଜପତି ଜିଲାରେ ଆଜି ଦାଣ୍ଡରେ ପଡି ହାଟରେ ଗଡୁଛି। ଯାହା କି ସରକାରୀ ସ୍କୁଲରେ ଗୋଟିଏ ପଟେ ମାଗଣା ଶିକ୍ଷା ବ୍ୟବସ୍ତା ରହିଥିବା ସରକାରଙ୍କ ପ୍ରଚାର ପ୍ରସାର କରୁଥିବା ବେଳେ ଅପରପକ୍ଷରେ ବିଦ୍ୟାଳୟରେ ନାମାଙ୍କନ କରିବା ସଙ୍ଗେ ସଙ୍ଗେ ସ୍କୁଲର ଆସବାବପତ୍ର ପାଇଁ ଅଭିଭାବକଙ୍କ ଠାରୁ ପ୍ରଧାନ ଶିକ୍ଷକ ଆଦାୟ କରୁଛନ୍ତି ୨୦୦୦ଟଙ୍କା ପ୍ରତ୍ୟେକ ପିଲାଙ୍କ ପାଇଁ। ଟଙ୍କା ନଦେଲେ ସ୍କଲାରସିଫ ସହ ହଷ୍ଟେଲରେ ରହିବା ମନା କହି ପଇସା ଆଦାୟ କରୁଥିବା ଅଞ୍ଚଳ ବାସିନ୍ଦା ଙ୍କ ଅଭିଯୋଗ ହେଉଛି । ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଏସ କରଡାସଂଙ୍ଗି ପଞ୍ଚାୟତ ର ଏସ କରଡାସଂଙ୍ଗି ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ।ଏପରି ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟରେ ପଢ଼ିବା ପାଇଁ ଯାଉଥିବା ଶିକ୍ଷାର୍ଥୀଙ୍କ ଅଭିଭାବକ । ସରକାରୀ ସ୍କୁଲରେ କ’ଣ ପାଇଁ ଟଙ୍କା ଦେବୁ ସାର୍ କହି ପଚାରିଲେ ପ୍ରଧାନ ଶିକ୍ଷକ ବାଧ୍ୟ ଦେବାକୁ କହିଲେ ନହେଲେ ତୁମ ପିଲାକୁ ସ୍କଲାରସିଫ ମିଳିବ ନାହିଁ କି ହଷ୍ଟେଲର ସୁବିଧା ମିଳିବ ନାହିଁ କହିଲେ , ସେଥିପାଇଁ ଟଙ୍କା ଦେଇଛି ବୋଲି କହିଛନ୍ତି ସେ ଅଞ୍ଚଳ ର ଦମନ୍ତି ଶବର ,ଚାରାବତି ଶବର ସେ ସ୍କୁଲ ର ଅଭିଭାବକ ।
ସରକାରଙ୍କ ଶାସନରେ ଆଇନରେ ଗୋଟିଏ ବ୍ୟବସ୍ଥା ରହିଥିବା ବେଳେ ତୃଣମୂଳସ୍ତରରେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି ଯାହା କି, କାହା ସାହାସରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଥିବା ପିଲାଙ୍କ ଠାରୁ ଆସବାବପତ୍ର କ୍ରୟ କରିବାକୁ ୨୦୦୦ଟଙ୍କା ବିଦ୍ୟାଳୟ କତୃପକ୍ଷ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି ? ସରକାରୀ ବିଦ୍ୟାଳୟ ମାନଙ୍କରେ ସରକାର ତଦାରଖ କାର୍ଯ୍ୟରେ ସିଆରସିସି,ଏବିଇଓ, ବିଇଓ ମାନଙ୍କୁ ନିୟୋଜିତ କରିବା ବେଳେ ସେମାନେ ଏହି ପରି କାର୍ଯ୍ୟ ମୋଟାଅଙ୍କର ଦରମା ସହ ପରିଦର୍ଶନର ଭତ୍ତା ନେଉଛନ୍ତି ରାଜକୋଷରୁ। ଏହି ଅବସରରେ ଆମେ ଯେତେବେଳେ ସ୍କୁଲର ପ୍ରଧାନ ଶିକ୍ଷକ ସହ ଆଲୋଚନା କରିଥିଲୁ ସେ କହିଛନ୍ତି କି ପିଲାଙ୍କ ନାମାଙ୍କନ ଚାଲିଛି ସେମିତି କିଛି ଟଙ୍କା ନିଆଯାଉ ନାହିଁ । କ୍ୟାମେରା ପଛରେ କହୁଛନ୍ତି କି ସ୍କୁଲ ର ନୂତନ ଭାବେ ନାମାଙ୍କନ ପିଲାଙ୍କ ଠାରୁ ସ୍କୁଲ ର ଆସବାବପତ୍ର କ୍ରୟ କରିବା ପାଇଁ ଟଙ୍କାନବାର ବିଷୟରେ ପଚାରିବା ବେଳେ ସେ କହିଲେ ଏମିତି କିଏ ଖୁସିରେ ଦେଉଥିବା କହିଛନ୍ତି ଏସ୍ କରଡାସଂଙ୍ଗି ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀନିବାସ ବେନୁଦଳେଇ । ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ସହ ଗ୍ରାମ ବାସୀ ମାନେ ଏପରି ଜଣେ ସ୍କୁଲର ପ୍ରଧାନ ଶିକ୍ଷକ ଏପରି କରିବା ଠିକ ନୁହେଁ । ତାଙ୍କ ଚାକିରିରୁ ନିଲମ୍ବିତ କରାଯାଉ ଆଉ ଯେଉଁ ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ଉପରେ କୋଠର କାର୍ୟ୍ୟା ନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ପୂର୍ବତନ ସରପଞ୍ଚ ରାଜୁ ଭୁୟାଁ ।
ଏ ପରିପ୍ରେକ୍ଷୀରେ ଅଞ୍ଚଳ ରେ ଅଭିଯୋଗ ପାଇବା ପରେ ଗଜପତି ଜିଲ୍ଲା ର ଏଡିଏମ୍ ସଂଗ୍ରାମ କେଶରୀ ପଣ୍ଡା ଘଟଣା ବିଷୟରେ ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯିବ ଏବଂ ତଦନ୍ତ ସମାପ୍ର ହେବା ପରେ ଦୃଢ କାର୍ୟ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଗଜପତି ଜିଲ୍ଲା ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟର ତଦନ୍ତ ଏବଂ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକ ବାହନା କାରଣ ଯେଉଁ ଶିକ୍ଷକ ଉପରେ ଅଭିଯୋଗ ଆସୁଥିଲେ ଅଧିକାରୀ ଙ୍କ ସେତେ ନିକଟତର ହେଉଛନ୍ତି ଏହି ପରି ଶିକ୍ଷକ ମାନେ। ଏଠାରେ ତଦନ୍ତ ରିପେର୍ଟ ଆସିବା ପରେ କିଛି ଦିନର ବ୍ୟବଧାନ ରେ ସମସ୍ତ ବିଷୟବସ୍ତୁ ବିନା ଅନୁଧ୍ୟାନରେ ଅଧିକାରୀ ଙ୍କ ଅତି ଘନିଷ୍ଟତା ହୋଇ ପାରୁଛନ୍ତି । ଏଥିପାଇଁ ବିଶେଷ କରି ଗଜପତି ଜିଲ୍ଲା ଶିକ୍ଷାବିଭାଗ ଦ୍ୱାରା ପୁର୍ବରୁ ଅନେକ ତଦନ୍ତ ସରି ସାରିଛି ଏବଂ ଅନେକ ଶିକ୍ଷକ ଭୁଲ କରିଥିବା ପ୍ରମାଣିତ ମଧ୍ୟ ହୋଇଛି କିନ୍ତୁ ଉକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିଛି ମୁଷ୍ଠିମେୟ କର୍ମଚାରିଙ୍କ ବେପାରୁଆ ମନୋଭାବ ଯୋଗୁଁ ଭୁଲ ପ୍ରମାଣିତ ହୋଇଥିବା ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟା ନୁଷ୍ଠାନ ହୋଇ ସେମାନଙ୍କୁ ପଦୋନ୍ନତି ଦିଆଯାଇ ଆହୁରି ଅଧିକ ଦୁର୍ନୀତି କରିବା ପାଇଁ ସୁଯୋଗ ଦେବା ଦେଖିବାକୁ ମିଳିଛି। ଯାହାଫଳରେ ସେମାନେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଅତି ନିକଟତର ହୋଇପାରୁଛନ୍ତି । ବର୍ତମାନ ର କୋରନା କଟକଣା ସମୟରେ ଏହି ଏସ କରଡାସିଂ ସ୍କୁଲର ପ୍ରଧାନ ଶିକ୍ଷକ ଟଙ୍କା ଲୁଣ୍ଠନ କରି ଥିବା ଶିକ୍ଷକଙ୍କ ଉପରେ କ’ଣ ପଦକ୍ଷେପ ନିଆଯାଇଛି ଦେଖିବାକୁ ବାକି ରହିଲା? ଅପରପକ୍ଷରେ ତଦନ୍ତ ରିପୋର୍ଟ ପାଇବା ପରେ ଉକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ୟ୍ୟା ନୁଷ୍ଠାନ ଗ୍ରହଣ କରାଯାଉଅଛି ନା ପୁଣି ଥରେ ଶିକ୍ଷକ ଜଣକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଗଢିଥିବା ସଂପର୍କର ଦେଖିବାକୁ ମିଳିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ବୋଲି ଅଞ୍ଚଳ ବାସିନ୍ଦା ଙ୍କ ମଧ୍ୟ ରେ ଚର୍ଚର ବିଷୟ ହୋଇଥିବା ଦେଖିବାକୁ ମିଳିଛି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here