ଲୋପ ପାଇବାକୁ ବସିଲାଣି ସୂର୍ଯ୍ୟମୁଖୀ ଫୁଲ ଚାଷ

0
361

ଆସିକା (ନ୍ୟୁଜଏକ୍ସଟ୍ରା) ରବି ଋତୁରେ ଚାଷ କରାଯାଉଥିବା ଫସଲଗୁଡିକ ମଧ୍ୟରୁ ସୁଯ୍ୟମୁଖୀ ଫୁଲଚାଷ ଅନ୍ୟତମ।ଡିସେମ୍ବର ଶେଷଭାଗରେ ଏହି ଫସଲକୁ ଲଗାଯାଇ ଅପ୍ରେଲ ମାସରେ ଅମଳ କରାଯାଇଥାଏ।ସୁଯ୍ୟଙ୍କ ଗତି ଅନୁଯାଇ ନିଜର ମୁଖକୁ ପରିବର୍ତ୍ତନ କରୁଥିବା ଏହି ହଳଦିଆ ରଙ୍ଗର ସୁଯ୍ୟମୁଖୀ ଫୁଲ କ୍ଷେତ ର ଶୋଭାକୁ ଦ୍ବିଗୁଣିତ କରିଥା।ପବନର ତାଳେ ତାଳେ ଦୋହଲି ଉଠୁଥିବା ଏହି ସୁଯ୍ୟମୁଖୀ ଫୁଲର ସମ୍ଭାରକୁ କ୍ଷେତରେ ଦେଖି କୃଷକର ମନ ମଧ୍ୟ ଖୁସିରେ ଭରି ଉଠୁଥାଏ।ଏହା ଏକ ତୈଳ ଜାତୀୟ ଫସଲ ହିସାବରେ ବେଶ ପରିଚିତ।ଗତ ଆଠ ଦଶ ବର୍ଷ ତଳେ ଏହି ଫସଲକୁ ଗଞ୍ଜାମ ଜିଲ୍ଲାର କବିସୁଯ୍ୟନଗର, ଆସିକା,ଧରାକୋଟ,ସେରଗଡ଼,ସୋରଡା ଆଦି ଅଂଚଳର ସହସହ ଏକର ଜମିରେ ଚାଷ କରାଯାଉଥିଲା।ସେଥି ପାଇଁ ତ ସୁଯ୍ୟମୁଖୀ ଫୁଲ ଚାଷ କହିଲେ ଗଞ୍ଜାମ ଜିଲ୍ଲାର ନାମ ପ୍ରଥମେ ଆସୁଥିଲା।ହେଲେ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଏହି ବର୍ଷ ଚାଷୀମାନେ ଏହି ସୁଯ୍ୟମୁଖୀ ଫୁଲ ଚାଷରୁ ମୁହଁ ଫେରାଇ ନେଇଥିବା ଦେଖିବାକୁ ମିଳିଛି।ପୂର୍ବରୁ ଯେଉଁ ଚାଷିମାନେ ତିନି ରୁ ଚାରି ଏକର ଲେଖାଏଁ ଜମିରେ ଚାଷ କରୁଥିଲେ, ଏହି ବର୍ଷ ମାତ୍ର ଭରଣେ ବା ଦୁଇ ଭରଣ ଚାଷ କରୁଥିବା ନଜରକୁ ଆସିଛି।ଠିକ ସମୟରେ ବିହନ ନ ମିଳିବା ଏବଂ ଏକ କିଲୋ ବିହନର ମୂଲ୍ୟ 500 ଟଙ୍କା ହୋଇଥିବାରୁ ଚାଷିମାନେ ଚଳିତ ବର୍ଷ ଏହି ଚାଷ କମ ମାତ୍ରା ରେ କରିଥିବା କହିଛନ୍ତି।ଏହା ବ୍ୟତୀତ ଏହି ଚାଷ ପାଇଁ ପ୍ରାୟ ପ୍ରତିଦିନ ଜଳ ଆବଶ୍ୟକତା ହୋଇଥିବା ବେଳେ ଜଳ ସେଚନର ଅସୁବିଧା,ଉପଯୁକ୍ତ ପ୍ରଶିକ୍ଷଣର ଅଭାବ ସାଙ୍ଗକୁ ଉତ୍ପାଦିତ ତୈଳବୀଜ ବିକ୍ରି କରିବାରେ ମାର୍କେଟର ଅଭାବ ଭଳି ଘଟଣା ଯୋଗୁଁ ଚାଷୀ ମାନେ ଏହି ରବି ଜାତୀୟ ତୈଳବୀଜ ଫସଲ ପ୍ରତି ରୁଚି କମୁଥିବା ପ୍ରକାଶ କରିଛନ୍ତି ଚାଷି।ତେଣୁ ଗଞ୍ଜାମର ପ୍ରାୟ ପ୍ରତେକ ବ୍ଲକରେ ମାତ୍ରାଧିକ ପରିମାଣରେ ଚାଷ କରାଯାଉଥିବା ଏହି ସୁଯ୍ୟମୁଖୀ ଫସଲ ଏବେ ଚାଷୀମାନଙ୍କର ଲୋକ ପ୍ରିୟତା ହରାଇଥିବା ନଜରକୁ ଆସିଛି।ତେବେ ଯଦି ଏହି ଚାଷ କରିବାରେ ଯେଉଁ ସମସ୍ୟା ରହିଛି ସେ ସବୁ ପ୍ରତି କୃଷି ବିଭାଗ ଦୃଷ୍ଟି ଦିଏ ତେବେ ଏହି ଚାଷ ପୁଣି ଅଧିକ ମାତ୍ରାରେ କରିବେ ବୋଲି ଚାଷୀମାନେ କହିଛନ୍ତି।
ଏପଟେ ଏହି ସମସ୍ୟା ବିଷୟରେ ଆମେ ଜିଲ୍ଲା କୃଷି ଅଧିକାରୀ ଆସିକାଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲୁ।ସେ ଏହାକୁ ଗୁରୁତର ସହ ନେଇ ଏହି ଚାଷ କରୁଥିବା ଚାଷୀମାନଙ୍କୁ ପ୍ରଶିକ୍ଷଣ,ଉତ୍ତମ ବିହନ ଯୋଗାଣ ଓ ଯେଉଁମାନେ ଏହି ସୁଯ୍ୟମୁଖୀ ଫୁଲ ଚାଷ କରୁଛନ୍ତି ସେମାନେ ଚାହିଁଲେ ସବସିଡ଼ି ଆକାରରେ ତେଲ ପେଢା ମେସିନ ପ୍ରଦାନ କରିବାରେ ସାହାଯ୍ୟ କରିବେ ବୋଲ କହିଛନ୍ତି।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here